Latest Odisha News

୪ ଦଫା ଦାବିରେ ପିଡବ୍ଲ୍ୟୁଡି ଅଫିସ୍ ଘେରିଲା ବରଗଡ ନଗର କଂଗ୍ରେସ

ବରଗଡ଼ : ବରଗଡ ସହରରେ ଅଧପନ୍ତରିଆ ଅବସ୍ଥାରେ ପଡି ରହିଛି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ । ପୁରୁଣା ଜିରା ନଦୀ ବ୍ରିଜର ଚୁକ୍ତି ସମୟ ସୀମା ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରିଲାନି ନିର୍ମାଣ କାର୍ଯ୍ୟ । ତେଣୁ କାର୍ଯ୍ୟ ଦାୟିତ୍ବ ନେଇଥିବା ଠିକାଦାରର ଟେଣ୍ଡରକୁ ଶେଷ କରି ନୂଆ ଟେଣ୍ଡର କକରିବାକୁ ଦାବି କରିଛି ବରଗଡ଼ ନଗର କଂଗ୍ରେସ କମିଟି । ଏହାସହ ବିଭିନ୍ନ ଦାବି ନେଇ ପିଡବ୍ଲ୍ୟୁଡି ଅଫିସ ଘେରାଉ କରିଛି ଦଳ ।

ସେହିପରି ବରଗଡ ହଳଦୀ ପାଲି ଛକ ଠାରୁ ବିକାଶ ହସପିଟାଲ ଛକ ପର୍ଯ୍ୟନ୍ତ ନିମ୍ନମାନର ରାସ୍ତା କାମ ହୋଇଛି । ପ୍ଲାନ୍ ଅନୁସାରେ ରାସ୍ତା କାମ କରାନଯାଇ ମନମୁଖୀ କାର୍ଯ୍ୟ କରାଯାଉଛି । ଯାହା ଫଳରେ ଜନ ସାଧାରଣ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହାର କାର୍ଯ୍ୟ ସଠିକ୍ ସମୟରେ ଶେଷ କରିବାକୁ ଦାବି ହୋଇଛି । ତାସହ ବରଗଡ ସହରରେ ରାସ୍ତା ଘାଟର ନିର୍ମାଣ କାର୍ଯ୍ୟ ସହ ଏହାର ରକ୍ଷଣାବେକ୍ଷଣ ଠିକ୍ ଭାବରେ କରିବାକୁ ମଧ୍ୟ ଦାବି ହୋଇଛି । ସପ୍ତାହକ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ପିଡବ୍ଲ୍ୟୁଡି ଅଫିସ ସମେତ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ତାଲା ପକାଇବାକୁ ଚେତାବନୀ ଦେଇଛି ବରଗଡ଼ ନଗର କଂଗ୍ରେସ ।

Comments are closed.