Latest Odisha News

BREAKING NEWS

ଦୁର୍ଘଟଣାରେ ଯୁବକଙ୍କ ଅକାଳ ବିୟୋଗ

ଟିଟିଲାଗଡ଼ : ଦୁର୍ଘଟଣାରେ ଯୁବକଙ୍କ ଜୀବନ ଗଲା । ଟିଟିଲାଗଡ଼ ସଇଁତଲା ମୁଖ୍ୟ ରାସ୍ତାର ଶଗଡ଼ଘାଟି ନିକଟରେ ରାସ୍ତା ଉପରେ ଜଣେ ଯୁବକ ଦୁର୍ଘଟଣାରେ ଶିକାର ହୋଇ ଗୁରୁତର ହୋଇ ପଡ଼ିଥିଲେ। ଟିଟିଲାଗଡ଼ ଥାନା ଅଧିକାରୀ ରଞ୍ଜନ ବରିହା ସୂଚନା ପାଇ ଶଗଡ଼ଘାଟି ଗାଁ ନିକଟରୁ ମୁର୍ମୁଷ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ।

ହେଲେ ଡାକ୍ତର ସେଠାରେ ଯୁବକଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ମୃତ ଯୁବକ ଜଣକ ମାଧବ ମାଝୀ । ସେ ବଡମାଳ ଗାଁ ର ବୋଲି ଜଣାପଡ଼ିଛି। ଦୁର୍ଘଟଣାର କାରଣ ଜଣାପଡ଼ିନଥିବା ବେଳେ। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.