ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର । ନିଜ ନିଜ ଦଳର ପ୍ରାର୍ଥୀଙ୍କୁ ବିଜୟ ମୁକୁଟ ପିନ୍ଧାଇବାକୁ ଲାଗିପଡ଼ିଛନ୍ତି ଷ୍ଟାର ପ୍ରଚାରକ । ଦିଲ୍ଳୀ ଶାସନ ଗଦିରେ ବସିବା ପାଇଁ ପ୍ରତ୍ୟେକ ଦଳ ବିରୋଧୀଙ୍କୁ ଟାର୍ଗେଟ କରିବାରେ ଲାଗିପଡ଼ିଛନ୍ତି । ଏହାରି ଭିତରେ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ଉପରେ ବର୍ଷିଛନ୍ତି । ବିମୁଦ୍ରାକରଣ, ବେକାରୀ ସମସ୍ୟା, ଚଳିତ ବର୍ଷ ବଜେଟ ଅଧିବେସନକୁ ନେଇ ମଧ୍ୟ ବିଜେପିକୁ ଘେରିଛନ୍ତି ରାହୁଲ ।
ଦିଲ୍ଲୀ ଜଙ୍ଗାପୁରରେ ରାଲିକୁ ସମ୍ବୋଧିତ କରି ରାହୁଲ କହିଛନ୍ତି ବିଜେପି ସବୁକିଛି ବିକି ଦେବାରେ ଲାଗିପଡ଼ିଛି, କେତେବେଳେ ତାଜମହଲକୁ ମଧ୍ୟ ବିକ୍ରି କରିଦେବ । ଏପରିକି ରାହୁଲ ତାଙ୍କ ବୟାନରେ କହିଛନ୍ତି ବିଜେପି ନେତା ଦେଶଭକ୍ତିର କଥା କହୁଛନ୍ତି, ସକାଳେ ସଂନ୍ଧ୍ୟାରେ ପାକିସ୍ତାନ ପାକିସ୍ତାନ ନାରା ଲଗାଉଛନ୍ତି । ହେଲେ ତାଙ୍କୁ ବିଜେପିର ଏଭଳି ନେତା ଦେଖେଇ ଦିଅ ଯିଏ ପାକିସ୍ତାନ ଯାଇ ହିନ୍ଦୁସ୍ତାନର ନାରା ଲଗାଇବାର ଦମ୍ ରଖିପାରିବେ । ବିଜେପି ହେଉ କି ଆପ ଏଠାରେ କାମ ହୁଏନି, ହୁଏତ କେବଳ ପ୍ରଚାରପ୍ରସାର । ୨୪ ଘଂଟାରେ ଆପଣମାନଙ୍କ ଟଙ୍କା ନେଇ ତାଙ୍କ ପ୍ରଚାର ଆପଣମାନଙ୍କୁ ଦେଖାଉଥିବା କହିଛନ୍ତି ରାହୁଲ ।
୨ କୋଟି ଯୁବକଙ୍କୁ ଚାକିରି ଦେବାର ପ୍ରତିଶୃତି ରଖିଥିଲେ ହେଲେ ମିଳିଲାନି । ଦିଲ୍ଲୀରେ କେଜ୍ରିୱାଲ ବେକାରୀ ସମସ୍ୟା ଦୂର କରିବା ପାଇଁ କ’ଣ କରିଛନ୍ତି ବୋଲି ମଧ୍ୟ ରାହୁଲ ପ୍ରଶ୍ନ କରିଥିଲେ । ଏହା ସହ ଦେଶରେ ବିମୁଦ୍ରାକରଣ କେଉଁ ସରକାର ସମୟରେ ଲାଗିଥିଲା ବୋଲି ରାହୁଲ ଜନତାଙ୍କୁ କହିଛନ୍ତି । ଏପରିକି ଦେଶରେ ଗବ୍ୱର ସିଂହ ଟ୍ୟାକ୍ସ କିଏ ଲଗାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଅର୍ଥମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି ସେ କହିବାକୁ ପ୍ରସ୍ତୁତ ନୁହଁନ୍ତି କି ସେ କେତେ ଯୁବକଙ୍କୁ ଚାକିରୀ ଦେଇଛନ୍ତି । ୩ ଘଂଟାର ବଜେଟ ଭାଷଣରେ ନାଁ ଯୁବକଙ୍କ ପାଇଁ କିଛି ଅଛି ନାଁ ଚାଷୀଙ୍କ ପାଇଁ । ମେକ ଇନ ଇଣ୍ଡିଆକୁ ନେଇ ମଧ୍ୟ କେନ୍ଦ୍ରକୁ କଟାକ୍ଷ କରିଛନ୍ତି ରାହୁଲ ।
BREAKING NEWS
- Hardik Pandya: ପାଣ୍ଡ୍ୟାଙ୍କ ଉପରେ ରାଗିଗଲେ ଫ୍ୟାନ୍ସ, ଗାଳି ଦେଇ କହିଲେ ‘ଭାଡ଼ ମେ ଯାଓ’
- ଆଶେସ ସିରିଜ: ଗୋଟିଏ ଦିନରେ ପଡିଲା ୨୦ ୱିକେଟ
- ଆଜିଠୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସକାଳ ୧୦ରୁ ୧୧ଟା ପର୍ଯ୍ୟନ୍ତ ବନ୍ଦ ରହିବ ଓପିଡି
- BJD Foundation Day :ପ୍ରତିଷ୍ଠା ଦିବସରେ ଦଳୀୟ ନେତା ଓ କର୍ମୀଙ୍କୁ ବିଜେଡ଼ି ସୁପ୍ରିମୋ ନବୀନଙ୍କ ବର୍ତ୍ତା…
- Another Indian student shot dead: ପୁଣି ଜଣେ ଭାରତୀୟଙ୍କୁ କାନାଡ଼ାରେ ଗୁଳି କରି ହତ୍ୟା
- Odisha Vigilance: ଭିଜିଲାନ୍ସ ହାତରେ କୋଟିପତି ଫରେଷ୍ଟର ନିରଞ୍ଜନ ଶତପଥୀ
- Atal Canteen: ଆରମ୍ଭ ହେଲା ‘ଅଟଳ କ୍ୟାଣ୍ଟିନ୍’ ମାତ୍ର ୫ ଟଙ୍କାରେ ରୁଟି,ଭାତ,ଡ଼ାଲି, ତରକାରୀ ସବୁକିଛି…
- ଖୋର୍ଦ୍ଧା ହେବ ସମୃଦ୍ଧ ଓଡିଶାର ଏକ ନମ୍ବର ଜିଲ୍ଲା
- ଭିଜିଲାନ୍ସ ଜାଲରେ ମାଲକାନଗିରି ବ୍ଳକର କନିଷ୍ଠ ଯନ୍ତ୍ରୀ ନିହାର ସରକାର
- Ex-MLA Sanchita Mohanty Passes Away: ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ
Comments are closed.