Latest Odisha News

BREAKING NEWS

ଶିକାରା ଫିଲ୍ମ ରିଲିଜ ରୋକିବା ପାଇଁ ଉଦ୍ୟମ ଆରମ୍ଭ

ନୂଆଦିଲ୍ଲୀ: କଶ୍ମୀର ପଣ୍ଡିତଙ୍କ ବିସ୍ଥାପିତ ଉପରେ ଆଧାରିତ ବିଧୁ ବିନୋଦ ଚୋପ୍ରାଙ୍କ ଫିଲ୍ମ ଶିକାରା ଏବେ ଅସୁବିଧାର ସମ୍ମୁଖୀନ ହୋଇଛି । ଫିଲ୍ମ ରିଲିଜ ହେବାକୁ ଆଉ ୩ ଦିନ ବାକିଥିବା ବେଳେ ଜମ୍ମୁ-କଶ୍ମୀର କୋର୍ଟରେ ଏହା ଉପରେ କଟକଣା ଲଗାଇବା ନେଇ ଆବେଦନ କରାଯାଇଛି ।

ମାଜିଦ ହାଇଦର, ଇଫତିକାର ମିସଗର ଓ ଇରଫାନ ହାଫିଜ କଶ୍ମୀର ଇତିହାସକୁ ଫିଲ୍ମରେ ଠିକ୍ ଭାବେ ପ୍ରଦର୍ଶିତ କରାଯାଇ ନାହିଁ ବୋଲି ସେମାନେ ଆବେଦନ କରିଛନ୍ତି ।

ପିଲ୍ମରେ କଶ୍ମୀରର ସମସ୍ତ ମୁସଲମାନଙ୍କୁ ବିସ୍ଥାପିତ ଘଟଣା ନେଇ ଦାୟୀ କରାଯାଇଛି । ଫିଲ୍ମ ରିଲିଜ ହେଲେ ସାମ୍ପ୍ରଦାୟିକ ସଦଭାବନାରେ ବାଧା ସୃଷ୍ଟି ହେବ ବୋଲି ସେମାନେ ଉଲ୍ଲେଖ କରିଛନ୍ତି । ପୂର୍ବରୁ ଫିଲ୍ମ ରିଲିଜ କରାଇ ନ ଦେବା ପାଇଁ ଷଡଯନ୍ତ୍ର ହେଉଥିବା ଜଣାପଡିଥିଲା ।

Leave A Reply

Your email address will not be published.