ଶିଲଂ: ମେଘାଳୟ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ। ରବିବାର ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ଭିନସେଣ୍ଟ ଏଚ୍ ପାଲା ଏହି ସୂଚନା ଦେଇଛନ୍ତି। ଚୂଡ଼ାନ୍ତ ତାଲିକାରେ ପ୍ରକାଶ ପାଇଥିବା ୫ ପ୍ରାର୍ଥୀଙ୍କ ନାଁକୁ କେନ୍ଦ୍ର ନିର୍ବାଚନ କମିଟି ଅନୁମୋଦନ ଦେଇଛି ବୋଲି ପାଲା କହିଛନ୍ତି।
ଚୂଡ଼ାନ୍ତ ତାଲିକାରେ ପ୍ରକାଶ ପାଇଥିବା ୫ ପ୍ରାର୍ଥୀ ଓ ନିର୍ବାଚନ ମଣ୍ଡଳି –
ଝାନିକା ଶିଆଙ୍ଗସାଇ(ଖିଲିହରିତ), ଆର୍ବିଆଙ୍ଗକମ୍ ଖର ସୋହମତ୍(ଆମଲାରେମ୍), ଚିରେଙ୍ଗ ପିଟର ଆର୍ ମାରକ(ଖରୁକୁଟ୍ଟା), ଡ. ଟ୍ୱିଲ୍ କେ ମାରକ(ରିସୁବେଲପରା) ଏବଂ କାର୍ଲା ଆର୍ ସଙ୍ଗାମା ରାଜାବାଲାରୁ ନିର୍ବାଚନ ଲଢ଼ିବେ।
୬୦ ବିଧାନସଭା ଆସନ ବିଶିଷ୍ଟ ମେଘାଳୟ ନିର୍ବାଚନ ପାଇଁ ଜାନୁଆରୀ ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୫୫ ପ୍ରାର୍ଥୀଙ୍କ ତାଲିକା ଜାରି କରିଥିଲା କଂଗ୍ରେସ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ପାଲାଙ୍କ ନାଁ ରହିଥିଲା। ସେ ପୂର୍ବ ଜାଇନ୍ତିଆ ହିଲ୍ସି ଡିଷ୍ଟ୍ରିକ୍ଟର ସୁତଙ୍ଗ ସାଇପୁଙ୍ଗ ନିର୍ବାଚନ ମଣ୍ଡଳିରୁ ଇଲେକ୍ସନ ଲଢ଼ିବେ ବୋଲି ଘୋଷଣା ହୋଇଥିଲା।
ସୂଚନା ଥାଉକି, ଫେବ୍ରୁଆରୀ ୨୭ ତାରିଖରେ ମେଘାଳୟ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଫେବ୍ରୁଆରୀ ୭କୁ ରଖାଯାଇଛି। ୨୭ ଭୋଟିଂ ସରିବା ପରେ ମାର୍ଚ୍ଚ ୨ ତାରିଖରେ ନିର୍ବାଚନ ହେବ। ବର୍ତ୍ତମାନ ମେଘାଳୟରେ କଂଗ୍ରେସ ସରକାର ରହିଥିବା ବେଳେ ରାଜ୍ୟର ପୁଣିଥରେ କ୍ଷମତା ହାତେଇବାକୁ କଂଗ୍ରେସ ଚେଷ୍ଟା କରିବ।
Comments are closed.