Latest Odisha News

BREAKING NEWS

ପ୍ରେମ ପାଇଁ ସ୍ବିଡେନରୁ ଭାରତ ଆସିଲେ ପ୍ରେମିକା

ନୂଆଦିଲ୍ଲୀ : ପ୍ରେମ , ଅଢେଇ ଅକ୍ଷରର ଏହି ଶବ୍ଦରେ ଭରି ରହିଛି ଅନେକ ଗୁଡ଼ିଏ ମହତ୍ତ୍ବ । ପ୍ରେମ କେତେବେଳେ ଆଉ କାହା ସାଥିରେ ହୋଇଥାଏ ଜାଣା ପଡିନଥାଏ  । ସେଥିପାଇଁ ତ ପ୍ରେମକୁ ଅନ୍ଧବୋଲି କୁହାଯାଏ । ପ୍ରେମ ଦେଖେ ନାହିଁ ଜାତି କି ନୀତି  । ଆଉ ପ୍ରେମ ମାନେ ନାହିଁ ବୟସର ତାରତମ୍ୟ । ସେଥିପାଇଁତ ପ୍ରେମକୁ କୁହାଯାଏ, ପ୍ରେମ ସାଶ୍ବତ, ପ୍ରେମ ଅମର, ପ୍ରେମ ଚିରନ୍ତନ । ପ୍ରେମ ମାନେନା କୗଣସି ବନ୍ଧ ବାଡ଼ । ମାନେ ନାହିଁ ଉଚ୍ଚ ନୀଚ ଜାତି ଧର୍ମ । ଆଉ ପ୍ରେମ ଅନ୍ଧ ବୋଲି ଯେଉଁ ବାକ୍ୟ ଅଛି ତାହାକୁ ପ୍ରମାଣ କରି ଦେଖାଇଛନ୍ତି ଏକ ଦମ୍ପତ୍ତି । ତେବେ ଆସନ୍ତୁ ଜାଣିବା ଏହି ନିଆରା ପ୍ରେମ ବିଷୟରେ ।

ସ୍ବିଡେନ୍‌ର ଜଣେ ମହିଳା ତାଙ୍କ ପ୍ରେମିକଙ୍କୁ ବିବାହ ପାଇଁ  ବିମାନ ଯୋଗେ ଭାରତକୁ ଆାସି ଏଟାରେ ପହଞ୍ଚିଛନ୍ତି । ଉତ୍ତର ପ୍ରଦେଶର ଯୁବକ ପବନ କୁମାରଙ୍କୁ ବିବାହ କରିବା ପାଇଁ କ୍ରିଷ୍ଟେନ୍‌ ଲାଇବର୍ଟ ନାମକ ଯୁବତୀ ସ୍ବିଡେନରୁ ଆାସି ଏଟାରେ ପହଞ୍ଚିଛନ୍ତି । ଏଏନ୍‌ଆଇ ରିପୋର୍ଟ ଅନୁଯାୟୀ, ମହିଳା ଜଣକ ଫେସବୁକରେ ପଓ୍ବନଙ୍କ ସହିତ ଫ୍ରଣ୍ଡସିପ୍‌ କରିଥିଲେ ପରେ ତାଙ୍କ ମଧ୍ୟରେ ପ୍ରେମ ହୋଇଥିଲା ।

ଯିଏକି ଭାରତର ନାଗରିକ ଥିଲେ | ଯାହାଙ୍କୁ ବିବାହ କରିବା ପାଇଁ ଯୁବତୀ ଜଣଙ୍କ ସବୁ ବାଧାକୁ ଆଡ଼େଇ ଚାଲି ଆସିଛନ୍ତି । ତେବେ ଶୁକ୍ରବାର ଦିନ ଉତ୍ତର ପ୍ରଦେଶର ଏଟାସ୍ଥିତ ଗୋଟିଏ  ବିଦ୍ୟାଳୟରେ ହିନ୍ଦୁ ପ୍ରଥା ଅନୁଯାୟୀ ଦୁହିଁଙ୍କର ବିବାହ ଶେଷ ହୋଇଛି ।

 

 

 

Leave A Reply

Your email address will not be published.