Latest Odisha News

BREAKING NEWS

ଗୁଳିମାଡ଼କୁ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା, ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଗୁଳିମାଡ଼କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ନବ ଦାସଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏଏସ୍ଆଇ ଜଣଙ୍କ କିଭଳି, କେଉଁ ପରିସ୍ଥିତିରେ ଗୁଳିମାଡ଼ କଲେ ତାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତୁରନ୍ତ ଘଟଣାସ୍ଥଳକୁ କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀଙ୍କୁ ଯିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନନଗର ଗାନ୍ଧି ଛକରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରକୁ ଏଏସ୍ଆଇ ଗୁଳିମାଡ଼ କରିଥିଲେ । ରବିବାର ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ତାଙ୍କ ଉପରେ ଗୁଳିମାଡ଼ ହୋଇଛି। ମନ୍ତ୍ରୀଙ୍କ ଛାତି ତଳକୁ ୨-୩ ରାଉଣ୍ଡ ଗୁଳି ବାଜିଥିବା ସୂଚନା ମିଳିଛି।

Leave A Reply

Your email address will not be published.