Latest Odisha News

BREAKING NEWS

କଂଗ୍ରେସ ଉପରେ ବର୍ଷିଲେ ଆରଜେଡି ନେତା, କହିଲେ ନିର୍ବାଚନ ବେଳେ ସିମଲାରେ ପିକନିକ୍ କରୁଥିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଆରଜେଡି ଅଧିକ ଆସନ ଜିତିଲା । କିନ୍ତୁ ମହାମେଣ୍ଟରେ ସହଯୋଗୀ କଂଗ୍ରେସର ଅଧିକାଂଶ ପ୍ରାର୍ଥୀ ଚିତପଡାଙ୍ଗ ମାରିଲେ । ଫଳରେ ମହାମେଣ୍ଟ ମ୍ୟାଜିକ ନମ୍ୱର ଛୁଇଂ ପାରିଲା ନାହିଁ । ସରକାର ଗଠନ କରି ନପାରିବାରୁ କଂଗ୍ରେସ ଉପରେ ବର୍ଷିଛନ୍ତି ଆରଜେଡି ନେତା ଶିବାନନ୍ଦ ତିଓ୍ୱାରୀ ।

ଶିବାନନ୍ଦ ସିଧାସଳଖ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ବିହାରରେ ମହାଗଠବନ୍ଧନ ସରକାର ଗଠନରେ ବାଧା ହେଲା କଂଗ୍ରେସ । ୭୦ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ । କିନ୍ତୁ କଂଗ୍ରେସ ୭୦ଟି ରାଲି ବି କଲା ନାହିଁ । ରାହୁଲ ଗାନ୍ଧି ବିହାରରେ କେବଳ ତିନିଟି ରାଲି କରିଥିଲେ । ପ୍ରିୟଙ୍କା ଗାନ୍ଧି ବି ଆସିଲେନି ।

ଶିବାନନ୍ଦ ତିଓ୍ୱାରୀ କହିଛନ୍ତି, ବିହାରରେ ନିର୍ବାଚନ ଘମାସାନ ଚାଲିଥିବା ରାହୁଲ ଗାନ୍ଧି ସିମଲାରେ ପ୍ରିୟଙ୍କା ଗାନ୍ଧିଙ୍କ ଘରେ ପିକନିକ ମନାଉଥିଲେ । ପ୍ରଶ୍ନ କରିଛନ୍ତି ପାର୍ଟି କଣ ଏମିତି ଚାଲେ । କଂଗ୍ରେସ ପାର୍ଟି ଯେଭଳି ଚାଲୁଛି, ତାର ଫାଇଦ ବିଜେପିକୁ ଯାଉଛି । କଂଗ୍ରେସକୁ ଏଥିପ୍ରତି ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଶିବାନନ୍ଦ ତିଓ୍ୱାରୀ ।

Leave A Reply

Your email address will not be published.