Latest Odisha News

BREAKING NEWS

ଫଳାଫଳ ପୂର୍ବରୁ ବିହାରରେ କଂଗ୍ରେସକୁ ବିଭାଜନ ଭୟ, ପାଟନା ଗଲେ ଦୁଇ ବରିଷ୍ଠ ନେତା

ପାଟନା: କାହା ଦଖଲରୁ ଯିବ ବିହାର ? ଏନଡିଏ ପୁଣି ସରକାର ଗଢ଼ିବ ନା ଫେରିବ ମହାମେଣ୍ଟ ? ଆସନ୍ତାକାଲି ଆସିବ ରେଜଲ୍ଟ । ଭୋଟ ଗଣତି ପରେ ପ୍ରକାଶ ପାଇବ ଫଳାଫଳ । ଏକଜାଟ୍ ରେଲ୍ଡ ଉପରେ ସମସ୍ତଙ୍କର ନଜର ରହିଥିବା ବେଳେ କଂଗ୍ରେସକୁ ଘାରିଛି ବିଭାଜନ ଭୟ । ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ ଅନୁସାରେ ବିହାରରେ ମହାମେଣ୍ଟକୁ ମିଳିପାରେ ବହୁମତ ।

ମହାମେଣ୍ଟ ଓ ଏନଡିଏ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ବିଭିନ୍ନ ସଂସ୍ଥା ସର୍ଭେ କରିଛନ୍ତି । ଫଳାଫଳ ପରେ ଘୋଡ଼ା ବେପାର ଆଶଙ୍କା କରି କଂଗ୍ରେସ ଏବେଠୁ ସତର୍କ ହୋଇଛି । ଦୁଇ ଜଣ ବରିଷ୍ଠ ନେତାଙ୍କୁ ପାଟନା ପଠାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । କଂଗ୍ରେସ ମହାସଚିବ ଅବିନାଶ ପାଣ୍ଡେ ଓ ରଣଦୀପ ସୂର୍ଯ୍ୟେଓ୍ୱାଲା ଯାଇଛନ୍ତି ପାଟନା ।
ବିଜୟୀ ପରେ କଂଗ୍ରେସ ଓ ଆରଜେଡିର ବିଧାୟକଙ୍କୁ ବିଜେପି ନିଜ ଆଡକୁ ଆଣିବା ପାଇଁ ଉଦ୍ୟମ କରିବା ଆଶାଙ୍କା କରିଛି କଂଗ୍ରେସ । ଭୋଟ୍ ଗଣିତ ପରେ ସେମାନଙ୍କୁ କିପରି ଏକଜୁଟ କରି ରଖାଯିବ ଓ ଉତ୍ତମ ସମନ୍ୱୟ ରଖିବା ଦାୟିତ୍ୱ ଅବିନାଶ ପାଣ୍ଡେ ଓ ସୂର୍ଯ୍ୟେଓ୍ୱାଲାଙ୍କୁ ଦିଆଯାଇଛ ।

ପୂର୍ବରୁ ମଧ୍ୟପ୍ରଦେଶରେ କଂଗ୍ରେସ ସରକାକୁ ଭାଙ୍ଗିବାରେ ସଫଳ ହୋଇଛି ବିଜେପି । ସେହିପରି ଗୁଜୁରାଟ ଓ ରାଜସ୍ଥାନରେ କଂଗ୍ରେସ ସରକାରକୁ ଭାଙ୍ଗିବା ପାଇଁ ବିଭିନ୍ନ ସମୟରେ ବିଜେପି ଉଦ୍ୟମ କରିଥିବା ଅଭିଯୋଗ ସାମନାକୁ ଆସିଛି । ସେହି ଏପିସୋଡ ଯେଭଳି ବିହାରରେ ନହୁଏ ଆଗୁଆ ସତର୍କ ହୋଇଛି କଂଗ୍ରେସ ।

Leave A Reply

Your email address will not be published.