Latest Odisha News

BREAKING NEWS

ଖୁବ୍‌ ଶୀଘ୍ର ମ୍ୟୁଜିକ୍‌ ଭିଡିଓ ‘ସ୍ନାଇପର୍‌’ରେ ରକିଂ ଷ୍ଟାଇଲ୍‌ରେ ନଜର ଆସିବେ ଶାନ୍‌

ନୂଆଦିଲ୍ଲୀ: ଦିୱାଲୀର ବିଶେଷ ଉତ୍ସବରେ ବଲିଉଡର ପ୍ରସିଦ୍ଧ ଗାୟକ ଶାନ୍‌ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ନୂଆ ମ୍ୟୁଜିକ୍ ଭିଡିଓ ଆଲବମ୍ ଆଣିଛନ୍ତି। ଯାହାର ନାମ ହେଉଛି ‘ସ୍ନାଇପର’। ନଭେମ୍ବର ୧୧ରେ ଶାନ୍‌ଙ୍କ ନୂଆ ମ୍ୟୁଜିକ୍ ଭିଡିଓ ରିଲିଜ୍ ହେବାକୁ ଯାଉଛି।

ଏହି ମ୍ୟୁଜିକ୍ ଆଲବମ୍ ର ବିଶେଷ କଥା ହେଉଛି ଶାନ୍ ଏଥିରେ ତିନୋଟି ଭୂମିକା ତୁଲାଉଛନ୍ତି। ଗୀତର ଗାୟକ ହେବା ସହିତ ସେ ଏଥିରେ ଅଭିନେତା ଏବଂ ସଙ୍ଗୀତ ରଚନା ମଧ୍ୟ କରୁଛନ୍ତି। ତେବେ ଗୀତରେ ତାଙ୍କ ଲୁକ୍ ବିଷୟରେ କହିବାକୁ ଗଲେ, ଏଥିରେ ଶାନଙ୍କୁ ରକିଂ ଷ୍ଟାଇଲ୍ ଦେଖିବାକୁ ମିଳିବ। ଯାହା ପ୍ରକୃତରେ ତାଙ୍କ ପ୍ରଶଂସକଙ୍କ ପାଇଁ ଦିୱାଲୀ ଉପଲକ୍ଷେ ଏକ ବିଶେଷ ଉପହାର ପରି ହେବ।

ଶାନ୍‌ ଏକ ସାକ୍ଷାତକାର ମାଧ୍ୟମରେ କହିଛନ୍ତି ଯେ, ମୁଁ ଆଶା କରୁଛି ଯେ ଦର୍ଶକମାନେ ମୋର ଏହି ଗୀତକୁ ପସନ୍ଦ କରିବେ, ମୁଁ ଏହି ଗୀତ ପାଇଁ କୌଣସି ବିଶେଷ ପ୍ରସ୍ତୁତି କରି ନାହିଁ, ମୋ ଘରେ ଏକ ଜିମ୍ ଅଛି ଏବଂ ମୁଁ ସେଠାରେ ବ୍ୟାୟାମ କରି ମୁଁ ଏହି ଗୀତ ପାଇଁ ନିଜକୁ ପ୍ରସ୍ତୁତ କରିଛି ଏବଂ ଦର୍ଶକଙ୍କ ସହିତ ମୁଁ ମୋର ଗୀତ ରିଲିଜ୍‌କୁ ନେଇ ମଧ୍ୟ ବହୁତ ଉତ୍ସାହିତ ଅଛି।

 

Leave A Reply

Your email address will not be published.