Latest Odisha News

BREAKING NEWS

ମାଲକାନଗିରି: ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ କଂଗ୍ରେସ କର୍ମୀଙ୍କ ଧାରଣା

ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ରଖି ଜିଲ୍ଲା କଂଗ୍ରେସର କର୍ମୀମାନେ ସୋମବାର ଦିନ ଧାରଣା ଦେଇଛନ୍ତି।

ମିଳିଥିବା ସୂଚନାନୁଯାୟୀ ବିଭିନ୍ନ ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ଜିଲ୍ଲା କଂଗ୍ରେସ କର୍ମୀମାନେ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀଯୁକ୍ତ ମାଝୀ କହିଛନ୍ତି “ଜିଲ୍ଲା ପ୍ରଶାସନ ଗତ ୩ ମାସ ଧରି ଜିଲ୍ଲାରେ ଅନେକ ମଣ୍ଡି ଖୋଲିଛନ୍ତି । କିନ୍ତୁ ଏଯାବତ୍ ସମ୍ପୃକ୍ତ ଅଧିକାରୀମାନେ ଧାନ କିଣା ପ୍ରକ୍ରିୟା ଆରମ୍ଭ କରିନାହାନ୍ତି । ଯାହାର ପରିଣାମ ସ୍ୱରୂପ ବହୁ ମାତ୍ରାରେ ଚାଷୀମାନେ ଶୀତ କାକରରେ ମଣ୍ଡି ଆଗରେ ମାସମାସ ବସି ରହି ନୟାନ୍ତ ହେଲେଣି।

ଆହୁରି ମଧ୍ୟ “ଧାନ କିଣାରେ ଅବ୍ୟବସ୍ଥା ତଥା ମଣ୍ଡିରୁ ଧାନ ନ ଉଠିବା ପର‌୍ୟ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରି ରହିବ” ବୋଲି ଧାରଣାରତ କଂଗ୍ରେସ କର୍ମୀମାନେ କହିଛନ୍ତି ।

Comments are closed.