Latest Odisha News

BREAKING NEWS

ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟରେ ପଶିଲା କରୋନା

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନ ଖୋଲିବା ପରେ ମାଡୁଛି କରୋନା । ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ସଂକ୍ରମିତ ହେଉଛନ୍ତି । ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟରେ ପଶିଲା କରୋନା । କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ୧୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପଜିଟିଭ୍ ବାହାରିଛନ୍ତି । ଏହାକୁ ମିଶାଇ ଦୁଇ ମାସ ଭିତରେ ସଂକ୍ରମିତ ହେଲେଣି ୨୦ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ।

ଏବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଚାଲୁଥିବାରୁ ସ୍କୁଲ ବନ୍ଦ କରିବା ସମ୍ଭବ ନୁହେଁ । କରୋନା କଟକଣା ଭିତରେ ପରୀକ୍ଷା କରାଯାଉଛି । ବାକି ଶ୍ରେଣୀର ବନ୍ଦ କରାଯାଇଛି କ୍ଲାସରୁମ୍ ପାଠପଢ଼ା । ଅନିର୍ଦ୍ଦିଷ୍ଟ କାଳ ଯାଏ ଅନଲାଇନ୍ କ୍ଲାସ କରିବାକୁ ନିଷ୍ପତ୍ତି ହୋଇଛି ।

କେନ୍ଦ୍ରୀୟ ବିଦ୍ୟାଳୟ-୧ ପ୍ରିନ୍ସିପାଲ କହିଛନ୍ତି, ଯେଉଁମାନଙ୍କ ପାଖରେ ଲକ୍ଷଣ ଦେଖାଦେଲେ ସେମାନେ ଘରେ ରୁହନ୍ତି । ପଜିଟିଭ୍ ଚିହ୍ନଟ ହେଲେ ସଂଗରୋଧରେ ରହୁଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ।

ସ୍ୱତନ୍ତ୍ର କ୍ୟାମ୍ପ କରି ୫୦ ଜଣ ଲେଖାଏ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କର କରୋନା ଟେଷ୍ଟ କରାଯାଇଛି । ପିଲାମାନଙ୍କର ଯତ୍ନ ନେବାକୁ ଅଭିଭାବକମାନଙ୍କୁ କୁହାଯାଇଛି । ସାମାନ୍ୟ ଲକ୍ଷଣ ଦେଖା ଦେଲେ ତୁରନ୍ତ କୋଭିଡ୍ ଟେଷ୍ଟ କରିବାକୁ କହିଛନ୍ତି କେନ୍ଦ୍ରୀୟ ବିଦ୍ୟାଳୟ-୧ କର୍ତ୍ତୃପକ୍ଷ ।

Leave A Reply

Your email address will not be published.