Latest Odisha News

କେନ୍ଦ୍ର-ଦିଲ୍ଲୀ କଳି, କେଜ୍ରିୱାଲଙ୍କୁ ସମର୍ଥନ ଜଣାଇଲା କଂଗ୍ରେସ

ନୂଆଦିଲ୍ଲୀ: ଦିଲ୍ଲୀରେ ଅଧିକାରୀଙ୍କୁ ନିଯୁକ୍ତି, ବଦଳି ନେଇ କେନ୍ଦ୍ରର ଅଧ୍ୟାଦେଶକୁ ନେଇ ରାଜନୈତିକ ଉଷ୍ମତା ଭିତରେ ଆପକୁ ସମର୍ଥନ ଜଣାଇଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା ସୋମବାର କହିଛନ୍ତି, ଦିଲ୍ଲୀ ସରକାର ଅଧିକାରୀଙ୍କୁ ନେଇ ସୁପ୍ରିକୋର୍ଟ ଦେଇଥିବା ରାୟ ସହ ଆମେ ଅଛୁ । କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ସମ୍ମାନ କରନ୍ତୁ ।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗତକାଲି କେଜ୍ରିୱାଲଙ୍କୁ ଭେଟିବା ପରେ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼଼ଗେ ଓ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ଏତିକି ବେଳେ କଂଗ୍ରେସ ନେତା ଆନନ୍ଦଙ୍କ ଏହି ବୟାନ ଆମ୍ ଆଦମୀ ପାର୍ଟିକୁ ବଳ ଦେଇଛି । ଗତକାଲି ଅଧ୍ୟାଦେଶ ପ୍ରସଙ୍ଗରେ ନୀତିଶ ଓ କେଜ୍ରିୱାଲ୍ ଆଲୋଚନା କରିଥିଲେ ।

ଏଥିସହ ପଢ଼ନ୍ତୁ: କେନ୍ଦ୍ର-ଦିଲ୍ଲୀ କଳି, ରାଜ୍ୟସଭାରେ ବିଜେପିର ସାଥ୍ ଦେବ କି ବିଜେଡି ?

ସୂତ୍ର ଅନୁସାରେ, ଆମ୍ ଆଦମୀ ପାର୍ଟି ସହ ମେଣ୍ଟ ନେଇ ଖଡ଼ଗେ କହିଛନ୍ତି, ପଞ୍ଜାବ ଓ ଦିଲ୍ଲୀ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା ପରେ ଯାହା ନିଷ୍ପତ୍ତି ନିଆଯିବ । ସୂଚନାଯୋଗ୍ୟ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଶପଥ ଗ୍ରହଣ ସମାରୋହକୁ କେଜ୍ରିୱାଲଙ୍କୁ ନିମନ୍ତ୍ରଣ କରି ନଥିଲା କଂଗ୍ରେସ ।

ଏବେ ଆନନ୍ଦ ଶର୍ମାଙ୍କ ସମର୍ଥନ ପରେ ଦଳ କହିଛି, କଂଗ୍ରେସ ସଂଘୀୟ ବ୍ୟବସ୍ଥା ଓ ରାଜ୍ୟ ଅଧିକାର ସପକ୍ଷରେ । ସୀମିତ ଅଧିକାର ସତ୍ତ୍ୱେ ଶୀଲା ଦୀକ୍ଷିତ ୧୫ ବର୍ଷ ଧରି ଦିଲ୍ଲୀକୁ ସଫଳତାର ସହ ଶାସନ କରିଥିଲେ । ସୂତ୍ର ଅନୁସାରେ, କଂଗ୍ରେସ ସାଂସଦ ସଂସଦରେ କେନ୍ଦ୍ର ସରକାରଙ୍କ ବିଲକୁ ବିରୋଧ କରିବେ ।

Leave A Reply

Your email address will not be published.