Latest Odisha News

BREAKING NEWS

ଭୁଲ୍ ଅସ୍ତ୍ରୋପଚାର ପାଇଁ ୮୦ ଲକ୍ଷ ଗଣିବେ ୨ ଡାକ୍ତର ଓ ନର୍ସିଂ ହୋମ୍

ଭୁବନେଶ୍ୱର: ଘରୋଇ ନର୍ସିଂ ହୋମ୍ ସହ ୨ ଡାକ୍ତରଙ୍କୁ ୮୦ ଲକ୍ଷ ଟଙ୍କା ଜରିମାନା । ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଦିବ୍ଯାଙ୍ଗ ହେବା ଓ ଚାକିରି ହରାଇବା ମାମଲାରେ ସମ୍ବଲପୁର ଖାଉଟି ଅଦାଲତ ୮୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି ।

ସୂଚନା ଅନୁସାରେ, ସମ୍ବଲପୁର ମୋଦିପାରାର ସୁମିତ୍ ଦାଶ ଭୀମସାର ବୁର୍ଲାରେ ଭର୍ତ୍ତି ହୋଇଥିଲେ । ସୁମିତଙ୍କ ଡାହାଣ ଗୋଡ଼, ପାଦ ଓ ଡାହାଣ ହାତରେ ଆଘାତ ଲାଗିଥିଲା । ୨୦୧୭ ନଭେମ୍ବର ୮ ରାତିରେ ଦୁର୍ଘଟଣା ପରେ ସେ ଭୀମସାରରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସା କରୁଥିବା ଡାକ୍ତର ସୁରଜ ଜୈନ୍ ତାଙ୍କୁ ସର୍ଜରୀ ପାଇଁ ଏକ ଘରୋଇ ହସ୍ପିଟାଲକୁ ଯିବାକୁ କହିଥିଲେ ।

ଡକ୍ଟର ସଞ୍ଜୟ ଭୋଇଙ୍କ ଦ୍ୱାରା ପରିଚାଳିତ ଘରୋଇ ନର୍ସିଂ ହୋମରେ ସଫ୍ଟୱେର ଇଞ୍ଜିନିୟର ସୁମିତଙ୍କ ଅସ୍ତ୍ରୋପଚାର ହୋଇଥିଲା । ୧୨ ଦିନର ଚିକିତ୍ସାରେ ଖର୍ଚ୍ଚ ହୋଇଥିଲା ୧ ଲକ୍ଷ ୨୬ ହଜାର ଟଙ୍କା । ଭଙ୍ଗା ହାଡ଼ ସ୍ଥାନରେ ଷ୍ଟେନଲେସ୍ ଷ୍ଟିଲ୍ ଖଞ୍ଜିଥିଲେ ଡାକ୍ତର । ଯେତେବେଳେ କି ଆହତ ଟାଇଟାନିୟମ୍ ପ୍ରତ୍ୟାରୋପଣ ଚାହୁଁଥିଲେ । ଯାହା ଫଳରେ ସଂକ୍ରମଣ ହୋଇଥିଲା । ଫଳରେ ସୁମିତ୍ ଡ୍ୟୁଟିୁ ନେଇ ଯାଇ ପାରିବାରୁ ଚାକିରି ହରାଇ ଥିଲେ ବୋଲି ତାଙ୍କ ଓକିଲ କହିଛନ୍ତି ।

ତେବେ ଅପରେସନ ପରେ ଯନ୍ତ୍ରଣା ବଢ଼ିବାରେ ସୁମିତ୍ ଅନ୍ୟ ଡାକ୍ତରଙ୍କୁ ଦେଖାଇ ଥିଲେ । ପରେ ତାଙ୍କୁ ବିଶାଖାପାଟ୍ଟଣମ ନିଆଯାଇଥିବା ବେଳେ ଏବେ ବି ଚିକିତ୍ସା ଜାରି ରହିଛି । ଏହି ମାମଲାରେ ମେଡିକାଲ ଖର୍ଚ୍ଚ ବାବଦକୁ ୨.୪୧ ଲକ୍ଷ ଓ ଆୟ ହରାଇବା ଲାଗି ୧୬ ଲକ୍ଷ ଟଙ୍କା ଦେବାକୁ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଥିସହ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଏକ ମାସରେ ମଧ୍ୟରେ ଦେବାକୁ କୁହାଯାଇଛି ।

Leave A Reply

Your email address will not be published.