Latest Odisha News

BREAKING NEWS

G-RAM-G ଆଇନ ପ୍ରତିବାଦରେ ସାରା ଦେଶରେ ବିକ୍ଷୋଭ କରିବ କଂଗ୍ରେସ

ନୂଆଦିଲ୍ଲୀ: ମନରେଗା ଆଇନ ଉଚ୍ଛେଦକୁ ବିରୋଧ କରିବ କଂଗ୍ରେସ । ଏନେଇ ସାରା ଦେଶରେ ବିକ୍ଷୋଭ କରିବ ଜାତୀୟ କଂଗ୍ରେସ । ସଡ଼କ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ବିକ୍ଷୋଭ କରାଯିବ । ଆଜି ଦିଲ୍ଲୀରେ ବସିଥିବା କାର୍ଯ୍ୟକାରିଣୀ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜି-ରାମ-ଜି କେନ୍ଦ୍ର-ରାଜ୍ୟ ଭାଗୀଦାରୀକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ସଡ଼କ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ବୋଲି କଂଗ୍ରେସ । ଏନେଇ ଏଆଇସିସି ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ସୂଚନା ଦେଇଛନ୍ତି ।

ବିହାର ନିର୍ବାଚନ ଶେଷ ହେବା ପରେ ଆଜି ପ୍ରଥମ ଥର କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ ବସିଛି । ବୈଠକରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ, ଶଶୀ ଥରୁର, ରାଜୀବ ଶୁକ୍ଳା, ଭୂପେସ ବାଘେଲ, ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ସିଦ୍ଧରମୟା ପ୍ରମୁଖ ନେତା ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.