Latest Odisha News

ଆଜି ରାଜ୍ୟରେ ସବୁ ଏସପି ଅଫିସ ଘେରାଉ କରିବ କଂଗ୍ରେସ

ଭୁବନେଶ୍ୱର: ପରୀ ହତ୍ୟାକାଣ୍ଡ, ରାଜ୍ୟରେ ଶିଶୁ ନିଖୋଜ ଓ ନାବାଳିକା ଦୁଷ୍କର୍ମ ଭଳି ଘଟଣା ବଢୁଛି । ଏହାର ପ୍ରତିବାଦରେ ଆଜି କଂଗ୍ରେସ ରାଜ୍ୟର ସବୁ ଏସପିଙ୍କ ଅଫିସ ଘେରାଉ କରିବ । ଏଥିରେ ସାମିଲ ହେବେ କଂଗ୍ରେସ ନେତା ଓ କର୍ମୀ ।

ଭୁବନେଶ୍ୱରରେ ପୋଲିସ କମିଶନର କାର୍ଯ୍ୟାଳୟ ନିକଟରେ ଶାନ୍ତିପୂର୍ଣ୍ଣ ଧାରଣା ଦେବ ଜିଲ୍ଲା କଂଗ୍ରେସ । ଗତକାଲି କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ମଶାଲ ଶୋଭାଯାତ୍ରା କରାଯାଇଥିଲା । କଂଗ୍ରେସ ଭବନରୁ ଏହି ମଶାଲ ଶୋଭାଯାତ୍ରା ବାହାରି ମାଷ୍ଟରକ୍ୟାଣ୍ଟିନ୍ ଦେଇ ପୁଣି କଂଗ୍ରେସ ଭବନରେ ପହଞ୍ଚିଥିଲା ।

Leave A Reply

Your email address will not be published.