Latest Odisha News

BREAKING NEWS

[ଭିଡ଼ିଓ] ବୀର ସହିଦଙ୍କୁ ସଲାମ, ଜନ୍ମମାଟିରେ ଜଳିଲା ଯବାନଙ୍କ ଜୁଇ

ଅନୁଗୁଳ: ଝୁରୁଛି ଗାଁ ମାଟି । ଲୁହରେ ଭିଜିଲା ତାଳଚେର କୃଷ୍ଣଚନ୍ଦ୍ରପୁର । ପଞ୍ଚଭୂତରେ ବିଲୀନ ହୋଇଗଲେ ବୀର ସହିଦ ରାଣାପ୍ରତାପ ।

ସହିଦଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତୋପସଲାମୀ ଦିଆଯାଇ ଅନ୍ତିମ ବିଦାୟ ଦିଆଯାଇଛି । ଯେଉଁ ମାଟିରେ ଜନ୍ମ ହୋଇଥିଲେ ସେହି ମାଟିରେ ଜଳିଛି ଜୁଇ ।ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ମରଶରୀର ଭୁବନେଶ୍ୱର ବିମାନ ବନ୍ଦର ଆଣାଯାଇଥିଲା । ବିମାନବନ୍ଦରରେ ଗାର୍ଡ ଅଫର ଅନର ଦିଆଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦଙ୍କ ପାର୍ଥିବ ଶରୀରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସହିଦଙ୍କ ଉତ୍ସର୍ଗୀକୃତ ସେବା ଓ ଦେଶଭକ୍ତିର ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ।

ରାଣାପ୍ରତାପଙ୍କ ପାର୍ଥିବ ଶରୀର ତାଳଚେରରେ ପହଞ୍ଚିବା ପରେ ବିରାଟ ଶୋଭାଯାତ୍ରାରେ ଜନ୍ମମାଟି କୃଷ୍ଣଚନ୍ଦ୍ରପୁରକୁ ନିଆଯାଇଥିଲା । ଏଥିରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ସବୁ ନେତା ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ରାଣାପ୍ରତାପ ଅମର ରହେ ଧ୍ୱନି ମଧ୍ୟରେ ତାଙ୍କ ପ୍ରାର୍ଥିବ ଶରୀରକୁ ଗାଁ ଶ୍ମଶାନକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା । ବାୟୁସେନା ଅଧିକାରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ଦଳର ନେତା, ସାଧାରଣ ଲୋକ ଓ ପରିବାର ଲୋକେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଶେଷ କୃତ୍ୟ ସମୟରେ ଶହ ଶହ ଲୋକ ସାମିଲ୍ ହୋଇ ରାଣା ପ୍ରତାପଙ୍କୁ ବିଦାୟ ଦେଇଛନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି।

ତାମିଲୁନାଡୁର କୁନ୍ନରୁରେ ବାୟୁସେନାର ହେଲିକପ୍ଟର କ୍ରାସ୍‌ ହୋଇଥିଲା । ଏଥିରେ ସିଡିଏସ ବିପିନ ରାଓ୍ଵତଙ୍କ ସମେତ ସେନାର ୧୩ ଅଧିକାରୀ ଓ କର୍ମଚାରୀଙ୍କ ପ୍ରାଣହାନୀ ଘଟିଥିଲା। ସିଡିଏସ୍ ବିପିନ୍ ରାୱତଙ୍କ ସହ ଓଡ଼ିଆ ଯବାନ ରାଣାପ୍ରତାପ ଦାସ ସହିଦ ହୋଇଥିଲେ।

 

Leave A Reply

Your email address will not be published.