ଭୁବନେଶ୍ୱର: ଓଡ଼ିଶାରେ ମୁଣ୍ଡ ଟେକିବ କଂଗ୍ରେସ। ଆସନ୍ତା ୨୭ ହେବ ବିପ୍ଲବ। ବିଜେପିକୁ ଭକ୍ତ କଲେ ପ୍ରଶ୍ନ। ବିଜେଡିକୁ ଜବାବ ମାଗିଲା କଂଗ୍ରେସ । କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଦାସ। ଅନ୍ୟପଟେ ବିଧାନସଭାରେ ୧୨ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ଘଟଣାକୁ ତୀବ୍ର ସମାଲୋଚନା କରିଛି ଯୁବ କଂଗ୍ରେସ।
ମଙ୍ଗଳବାର ରାତିରେ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ରାସ୍ତାକୁ ଓହ୍ଲାଇ ଗାନ୍ଧି ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାତି ସାରା ରାଜରାସ୍ତାରେ ଧାରଣା ଦେଇଥିଲେ ବିଧାୟକ। ଏଥିସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ତୁରନ୍ତ ସରକାର ବିଧାୟକଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଥିଲେ।
ରାଜ୍ୟରେ ନାରୀଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ୨୭ରେ କଂଗ୍ରେସ ବିଧାନସଭା ଘେରିବ। ଏହି ପ୍ରତିବାଦ କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତଙ୍କ ସହଯୋଗ ଲୋଡିଛି କଂଗ୍ରେସ। ପିସିସି ସଭାପତି ଭକ୍ତଚରଣ ଦାସ ଏକ ଭିଡିଓ ବାର୍ତ୍ତା ଜାରି କରି ସମସ୍ତଙ୍କୁ ଏକଜୁଟ ହେବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଏ ଲଢେଇ ନାରୀଙ୍କ ପାଇଁ। ବାରମ୍ବାର ନାରୀ ଓ ଶିଶୁ ନିଖୋଜ ହେଉଛନ୍ତି। ବିଗତ ବର୍ଷମାନଙ୍କରେ ୪୪ହଜାର ୮୨୩ ମହିଳା ନିଖୋଜ ଥିବା ବେଳେ ସେଥିମଧ୍ୟରୁ ୮ହଜାର ଶିଶୁ ନିଖୋଜ ରହିଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିଯାଇଛି।
ରାଜ୍ୟରେ ଡବଲ ଇଂଜିନ ସରକାର ଥିବା ବେଳେ ୧୬ଶହ ମହିଳାଙ୍କୁ ନିର୍ଯ୍ୟାତନା ଓ ୫୪ ମହିଳାଙ୍କୁ ବଳାତ୍କାର କରାଯାଇଛି। ତଥାପି ସରକାର ନିରବ। ଏବେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇଛି। ଏପର୍ଯ୍ୟନ୍ତ ରାଜ୍ୟ ସରକାର ବିଧାନସଭାରେ ଗୃହ କମିଟି ତିଆରି କରିପାରିନାହାନ୍ତି। ସର୍ବଦଳ ନେତାଙ୍କୁ ନେଇ କମିଟି କଲେ ସେମାନେ ବିଭିନ୍ନ ଘଟଣାର ଅନୁଧ୍ୟାନ କରବେ ବୋଲି କଂଗ୍ରେସ ଦାବି କରୁଛି।
ଯଦି ବିରୋଧୀ ଦଳର ନେତୃବୃନ୍ଦ ଚାହିଁବେ ସେମାନେ ମଧ୍ୟ ଆନ୍ଦୋଳନରେ ଯୋଗଦେଇପାରିବେ ବୋଲି ସେ କହିଛନ୍ତି। ରାଜ୍ୟରେ ବୃଦ୍ଧି ପାଉଥିବା ଏବଂ ପ୍ରତିଦିନ ମହିଳା ଓ ଛାତ୍ରଛାତ୍ରୀଙ୍କ ପ୍ରତି ହେଉଥିବା ନିର୍ଯାତନା ସମ୍ପର୍କରେ ଭକ୍ତଙ୍କ ସହ ଆଲୋଚନା କରି ୨୭ରେ ହେବାକୁ ଥିବା ଆନ୍ଦୋଳନକୁ ସଫଳ କରିବାକୁ କହିଥିଲେ।
Comments are closed.