Latest Odisha News

BREAKING NEWS

ଲିଭ୍-ଇନରେ ସହମତି ସମ୍ପର୍କ ଦୁଷ୍କର୍ମ ନୁହେଁ: ସୁପ୍ରମକୋର୍ଟ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଲିଭ୍-ଇନରେ ରହିବା ଏବଂ ସହମତିରେ ରଖିଥିବା ସମ୍ପର୍କକୁ ଦୁଷ୍କର୍ମ କୁହାଯିବ ନାହିଁ । ସୋମବାର ସୁପ୍ରିକୋର୍ଟ ଏକ ମାମଲାର ଶୁଣାଣି କର ଏଭଳି କହିଛନ୍ତି । ପୁରୁଷ ଜଣଙ୍କ ମହିଳାଙ୍କୁ ବିବାହ କରିବାକୁ ଦେଇଥିବା କଥା ନ ରଖି ପାରିଲେ ଏହା ଦୁଷ୍କର୍ମ ବିବେଚିତ ହେବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି ।

କୋର୍ଟ ଟିପ୍ପଣୀରେ କହିଛନ୍ତି-‘ବିବାହ ନେଇ ମିଥ୍ୟା ପ୍ରତିଶ୍ରୁତି ଦେବା ଭୁଲ୍ । ସେହିଭଳି ଜଣେ ମହିଳା ବିବାହ ନେଇ ପ୍ରତିଶ୍ରୁତି ଦେବା ପରେ ଛାଡ଼ି ପଳାଇବା ଅନୁଚିତ୍ । ତା’ମାନେ ନୁହେଁ ଯେ ଏକାଠି ରହୁଥିବା ବେଳେ ସହମତିରେ ରଖାଯାଇଥିବା ଶାରିରୀକ ସମ୍ପର୍କକୁ ଦୁଷ୍କର୍ମ କୁହାଯିବ ।’ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍.ଏ ବୋବଡେ ଓ ଜଷ୍ଟିସ୍ ବୋପାନ୍ନା ଏବଂ ରାମସୁବ୍ରମଣିଆନଙ୍କ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି ।

କଲ୍ ସେଣ୍ଟରରେ କାମ କରୁଥିବା ଯୁବକ, ଯୁବତୀ ୫ ବର୍ଷ ଧରି ଲିଭ୍-ଇନରେ ଏକାଠି ରହୁଥିଲେ । ପରେ ଯୁବକ ଜଣଙ୍କ ଅନ୍ୟ ଜଣଙ୍କୁ ବିବାହ କରିଥିଲେ । ଏହାକୁ ନେଇ ଅଭିଯୋଗ କରିଥିଲେ ଯୁବତୀ ଜଣଙ୍କ । ଅଭିଯୋଗ ଅନୁସାରେ, ଯୁବକ ଜଣଙ୍କ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରିରୀକ ସମ୍ପର୍କ ରଖିଥିଲେ । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଲିଭ୍-ଇନରେ ସହମତିରେ ରଖାଯାଇଥିବା ସମ୍ପର୍କ ଦୁଷ୍କର୍ମ ନୁହେଁ ବୋଲି କହିଛନ୍ତି ।

Leave A Reply

Your email address will not be published.