ନୂଆଦିଲ୍ଲୀ: ସାରା ବିଶ୍ୱରେ ସ୍ମାର୍ଟଫୋନର ଚାହିଦା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଫଳରେ କମ୍ପାନୀଗୁଡ଼ିକ ପ୍ରତିଦିନ ବଜାରରେ ନୂଆ ମଡେଲ ଲଞ୍ଚ କରିବାରେ ଲାଗିଛନ୍ତି।
ସ୍ମାର୍ଟଫୋନରେ ନୂଆ ଫିଚର ଏବଂ ଉନ୍ନତ ଜ୍ଞାନକୌଶଳ ଯୋଗୁ ଲୋକମାନେ ପ୍ରାୟତଃ ଏହାକୁ ଅପଗ୍ରେଡ୍ କରନ୍ତି। ଏପରି ପରିସ୍ଥିତିରେ ଯଦି ଆପଣ ୨୦୨୫ରେ ନୂଆ ଫୋନ୍ କିଣିବାକୁ ଯୋଜନା କରୁଛନ୍ତି ତେବେ ଏହା ଆପଣଙ୍କ ପକେଟ ଉପରେ ମହଙ୍ଗା ପଡିପାରେ।
୨୦୨୪ରେ ଏହା ୩ ପ୍ରତିଶତ ବଢିଥିବା ବେଳେ ୨୦୨୫ରେ ୫ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
ତେବେ ମୂଲ୍ୟ ବୃଦ୍ଧି ପଛରେ ଅନେକ କାରଣ ଅଛି। ଶକ୍ତିଶାଳୀ ପ୍ରୋସେସର୍ ସହିତ ପ୍ରିମିୟମ୍ ଉପକରଣଗୁଡ଼ିକର ବଢୁଥିବା ଚାହିଦା ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ। ସେହିପରି ସଫ୍ଟୱେର୍ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଲଗୋରିଦମର ବଢୁଥିବା ଜଟିଳତା ପାଇଁ ଅଧିକ ରିର୍ସୋର୍ସ ଆବଶ୍ୟକ ପଡିଥାଏ। ଯାହା ଫଳରେ ମୂଲ୍ୟ ବୃଦ୍ଧି ପାଇଥାଏ।
Comments are closed.