Latest Odisha News

BREAKING NEWS

ପାରାଦୀପର ସ୍ଥିତି ବେହାଲ , ବୁଡିଲା ତଳିଆ ଅଞ୍ଚଳ

ପାରାଦୀପ : ଲଗାଣ ବର୍ଷାରେ ପାରାଦୀପ ସ୍ଥିତି ବେହାଲ ହୋଇପଡ଼ିଛି । ତଳିଆ ଅଞ୍ଚଳ ଗୁଡିକରେ ଘର ଭିତର ପାଣି ଲହଡି ଭାଙ୍ଗୁଥିବା ଦେଖିବାକୁ ମିଳିଛି । ଆଉ କେତେକ ସ୍ଥାନରେ ରାସ୍ତା ଉପରେ ପାଣି ଜମିଛି । ଗତକାଲି ରାତିରୁ ବର୍ଷା ସାଙ୍ଗରେ ପବନ ବଢ଼ୁଥିବାରୁ କେତେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବା ସୂଚନା ମିଳିଛି ।

ପାରାଦୀପର ୧୦ ନମ୍ବର,୧୧,୧୨ ନମ୍ବର ୱାର୍ଡ ସମେତ ନିୟୁ ଜଗନ୍ନାଥ କଲୋନୀ,ବାଉରିଆପାଳନ୍ଦା,ଲକପଡ଼ା,ବାଲିଝରା ,ଷଣ୍ଡକୁଦ ,ନୂଆବଜାର କଲୋନୀରେ ଲୋକଙ୍କ ଘରେ ପାଣି ପଶିଯାଇଛି।

ବର୍ଷା ଅଧିକ ହେବାରୁ ଡ୍ରେନ୍ ଗୁଡିକ ବ୍ଲକ ହୋଇଯାଇଛି।ଫଳରେ ବର୍ଷା ଜଳ ନିଷ୍କାସନରେ ବାଧା ସୃଷ୍ଟି ହୋଇଛି।ସପଟେ ପାରାଦୀପ ମ୍ୟୁନିସିପାଲଟି ତରଫରୁ ପାଣି ନିଷ୍କାସନର ବ୍ୟବସ୍ଥା କରାଯାଉଛି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.