Latest Odisha News

BREAKING NEWS

ଲାଗିଲା ମାଓବାଦୀଙ୍କ ବ୍ୟାନର, ରାୟଗଡାରେ ସକ୍ରିୟ ହେଲା କି ଲାଲବାହିନୀ ?

ରାୟଗଡା: ପୁଣି ଉଡିଲା ଲାଲବାହିନୀର ଲାଲ ପତାକା । ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ଶରଧାପୁର ଓ ଥୁଆପାଡି ରାସ୍ତାରେ ଲାଗିଲା ମାଓବାଦୀଙ୍କ ବ୍ୟାନର । ଏହି ବ୍ୟାନରରେ ସରକାର ବିରୋଧୀ ବିଭିନ୍ନ ସ୍ଲୋଗାନ ଓ ଦାବି ରହିଛି ।

ରାସ୍ତାରେ ଲାଗିଥିବା ବ୍ୟାନରରେ ବିଷମକଟକ ଡଙ୍ଗରରେ ଥିବା ବକ୍ସାଇଟ୍‌କୁ ସରକାର ଘରୋଇ କମ୍ପାନୀ ହାତକୁ ଟେକିଦେବା ନେଇ ନକ୍ସଲମାନେ ବିରୋଧ କରିଛନ୍ତି । ଅନ୍ୟପଟେ ଜଗଦଲପୁର ନିକଟରେ ନୂତନ ଭାବେ ସ୍ଥାପିତ ସିଆର୍‌ପିଏଫ୍ କ୍ୟାମ୍ପକୁ ମଧ୍ୟ ବିରୋଧ କରାଯାଇଛି ।

ଏହି ବ୍ୟାନରକୁ ବଂଶଧାରା ଘୁମୁସର ନାଗାବଳି ଡିଭିଜିନାଲ ମାଓ କମିଟି ପକ୍ଷରୁ ଲଗାଯାଇଥିବା ଉଲ୍ଲେଖ ରହିଛି । ପ୍ରକାଶ ଥାଉକି ୨ ବର୍ଷ ପୂର୍ବେ ମଧ୍ୟ ବକ୍ସାଇଟ୍ ମାମଲାକୁ ନେଇ ଶରଧାପୁରଠାରୁ ଥୁଆପାଡିକୁ ସଂଯୋଗ କରୁଥିବା ରାସ୍ତା କାମ ଚାଲୁଥିବା ସମୟରେ ମାଓବାଦୀମାନେ ଜେସିବି ଓ ଟ୍ରାକ୍ଟର ପୋଡିଦେଇଥିଲେ ।

Leave A Reply

Your email address will not be published.