ଚେନ୍ନାଇ: ଦକ୍ଷିଣ ଭାରତର ସୁପରଷ୍ଟାର ଜୁନିୟର ଏନଟିଆରଙ୍କ ଆଗାମୀ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବୃଦ୍ଧି ପାଇଛି । ତେବେ ଏହି ଫିଲ୍ମକୁ ନେଇ ଏକ ବଡ ବିବାଦ ସୃଷ୍ଟି ହୋଇଛି । ଏହା ଏକ ପୌରାଣିକ କଥାବସ୍ତୁ ଉପରେ ଆଧାରିତ । ଏହାର ମୋଶନ ପୋଷ୍ଟରରେ ଲେଖା ହୋଇଛି ଏହା ଏ ଭଳି ଏକ ଦେବତାଙ୍କ କାହାଣୀ ଯାହାଙ୍କର ଉତରରେ ଜନ୍ମ, ମଧ୍ୟପ୍ରଦେଶରେ ଆକାର ଓ ଦକ୍ଷିଣରେ ପୂଜା କରାଯାଏ । ଉତରରେ ଜନ୍ମ ଲେଖାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଭଗବାନ କାର୍ତିକେୟଙ୍କ ଏହି ପୌରାଣିକ ଫିଲ୍ମ ଆଧାରିତ ।
ଦକ୍ଷିଣ ଭାରତରେ ମୁରୁଗନ ନାମରେ ସେ ପୂଜା ପାଇଥାନ୍ତି । ବିଭିନ୍ନ ତାମିଲ ସଂଗଠନ ଏହି ଫିଲ୍ମ ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ଦାବୀ କରିଛନ୍ତି । ଫିଲ୍ମରୁ ବିବାଦୀୟ ଲେଖା ବାଦ ଦେବାକୁ କୁହାଯାଇଛିି । ଜୁନିୟର ଏନଟିଆର ଏବେ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ସହ ଡ୍ରାଗନ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି । ୧୧ ଜୁନ ୨୦୨୭ରେ ଏହା ରିଲିଜ ହେବ । ଆନ୍ତର୍ଜାତୀୟ ଡ୍ରଗ୍ସ ନେଟୱର୍କ ଉପରେ ଫିଲ୍ମ ଆଧାରିତ ।