Latest Odisha News

BREAKING NEWS

ଶସ୍ତା ହେଲା ଖାଇବା ତେଲ, ଲିଟର ପିଛା କମିଲା ୧୦ରୁ ୧୫ ଟଙ୍କା

ଭୁବନେଶ୍ୱର: ମହଙ୍ଗାମାଡ଼ରେ ସନ୍ତୁଳି ହେଉଥିବା ସାଧାରଣ ଲୋକଙ୍କ ପାଇଁ ଖୁସି ଖବର । କମିଲା ଖାଇବା ତେଲର ଦାମ । ପାମ୍ ଓଏଲ, ସୂର୍ଯ୍ୟମୁଖୀ ଏବଂ ସୋୟାବିନ୍ ତେଲ ଦର ଲିଟର ପିଛା ୧୫ ଟଙ୍କା ପର୍ୟ୍ୟନ୍ତ ହ୍ରାସ ପାଇଛି। ଅନ୍ତର୍ଜାତୀୟ ବଜାରରେ ତେଲ ଦର କମିବା ପରେ ଏହି ସବୁ ତେଲର ଦର ହ୍ରାସ ହୋଇଛି ବୋଲି ଜଣାପଡିଛି।

ଲୋକପ୍ରିୟ ବ୍ରାଣ୍ଡେଡ ତେଲ କମ୍ପାନୀ ଗୁଡିକରେ ଏହାର ପ୍ରଭାବ ପରିଲିକ୍ଷିତ ହେବ ବୋଲି ଜଣାପଡିଥିବା ବେଳେ ପ୍ରିମିୟମ ବ୍ରାଣ୍ଡ ଗୁଡିକରେ ଏହାର ପ୍ରଭାବ ଶୀଘ୍ର ପଡିଛି। ଅନ୍ତର୍ଜାତୀୟ ବଜାରରେ ତଲର ଦାମ କମିବା ପରେ ଏବେ ବିତରକମାନେ ବିପୁଳ ପରିମାଣରେ ତେଲ ଆଣି ମହଜୁଦ ରଖୁଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ପାମ୍ ତେଲ ଲିଟର ପିଛା ୭ରୁ ୮ ଟଙ୍କା ହ୍ରାସ ପାଇଥିବା ବେଳେ ସୂର୍ଯ୍ୟମୁଖୀ ତେଲର ଦାମ ୧୦ରୁ ୧୫ ଟଙ୍କା ଏବଂ ସୋୟା ତେଲର ଦାମ ଲିଟର ପିଛା ୫ ଟଙ୍କା ହ୍ରାସ ପାଇଥିବା ସୂଚନା ରହିଛି। ତେବେ ଗ୍ରାହକ ମାନେ ଏହି ନୂଆ ଦର ମୂଲ୍ୟରେ ଉପଲବ୍ଧ ତେଲ ଆସନ୍ତା ସପ୍ତାହରୁ ପାଇବେ ବୋଲି ଜଣାପଡିଛି।

Leave A Reply

Your email address will not be published.