Latest Odisha News

BREAKING NEWS

ଗ୍ୟାସ ଚୁଲାରେ ରୁଟି ସେକୁଥିଲେ ସାବଧାନ ! ହୋଇପାରେ କର୍କଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରତ୍ୟେକ ଲୋକେ ଭାତ ଏବଂ ରୁଟି ଖାଇବାକୁ ପସନ୍ଦ କରନ୍ତି। ଭାତ ଭଳି ରୁଟି ମଧ୍ୟ ଆମର ଦୈନନ୍ଦିନ ଖାଦ୍ୟପେୟର ଏକ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ। ତେବେ ଉତ୍ତର ଭାରତରେ ଅଧିକାଂଶ ଲୋକ ରୋଟି ଖାଆନ୍ତି। ରୁଟି ବନେଇବାକୁ ଯେତିକି ସହଜ ସେତେ କମ ସମୟ ମଧ୍ୟରେ ଅନେକ ରୁଟି ତିଆରି କରାଯାଇପାରେ। କିନ୍ତୁ ଅଧିକାଂଶ ଲୋକେ ରୁଟିକୁ ତାୱାରେ ଅଧା ଭାଜି ଗ୍ୟାସ୍ ନିଆଁରେ ରାନ୍ଧନ୍ତି। ଏପରି କରିବା ଭୁଲ। ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ଏପରି ଉପାୟରେ ପ୍ରସ୍ତୁତ ହେଉଥିବା ରୁଟି ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି ଅନେକ ବିପଦ।

ରୁଟିକୁ ନେଇ ଏକ ରିସର୍ଚ୍ଚ କରାଯାଇଥିଲା। ଏହି ରିସର୍ଚ୍ଚରୁ ଏକ ଭୟଙ୍କର ରିପୋର୍ଟ ସାମ୍ନାକୁ ଆସିଛି। ଗ୍ୟାସ ଚୁଲାରେ ସେକା ଯାଉଥିବା ରୁଟି ଖାଇବା ପରେ କ୍ୟାନସର ପରି ଘାତକ ରୋଗ ହୋଇପାରେ। ପରିବେଶ ବିଜ୍ଞାନ ଓ ଟେକ୍ନୋଲୋଜି ନାମକ ଏକ ପତ୍ରିକାରେ ଏହି ତଥ୍ୟ ପ୍ରକାଶିତ ହୋଇଛି। ଅଷ୍ଟ୍ରେଲିଆରେ ହୋଇଥିବା ରିସର୍ଚ୍ଚରୁ ଜଣାପଡିଛି ଯେ ଯଦି ଆପଣମାନେ ରୁଟିକୁ ଉଚ୍ଚ ତାପମାତ୍ରାରେ ଗ୍ୟାସରେ ସେକୁଛନ୍ତି ତେବେ ସେଥିରୁ କାର୍ସିନୋଜେନିକ ନାମକ ଏକ ପଦାର୍ଥ ସୃଷ୍ଟି ହୋଇଥାଏ। ଏହି କାରଣରୁ ନିଃଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଥାଏ। ପରିବେଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଏହା କର୍କଟ ରୋଗର କାରଣ ହୋଇପାରେ।

ଅଧ୍ୟୟନ ଅନୁଯାୟୀ, କୁକଟପସ୍ ଏବଂ ଏଲପିଜି ଗ୍ୟାସ୍ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ପରି ଅନେକ ବିପଜ୍ଜନକ ଗ୍ୟାସ୍ ନିର୍ଗତ କରେ। ଏହା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ଏହା କ୍ୟାନସର ଓ ହୃଦୟ ସମ୍ବନ୍ଧୀୟ ରୋଗର କାରଣ ସାଜିଥାଏ। ଗ୍ୟାସରେ ରୁଟି ସେକିବା ଦ୍ୱାରା ଆକ୍ରିଲାମାଇଡ୍ ନାମକ ଏକ ରାସାୟନିକ ପଦାର୍ଥ ଉତ୍ପନ୍ନ ହୁଏ। ଏଥିସହିତ ଉଚ୍ଚ ତାପମାତ୍ରାରେ ଖାଦ୍ୟ ରାନ୍ଧିବା ଫଳରେ ହେଟ୍ରୋସାୟକ୍ଲିକ ଏମାଇନ (ଏଚସିଏ) ଓ ପଲିସାଇକ୍ଲିକ ଏରୋମେଟିକ ହାଇଡ୍ରୋକାର୍ବନ ଉତ୍ପନ ହୋଇଥାଏ। ଏହାକୁ କାର୍ସିନୋଜେନ୍ସ ବୋଲି କୁହାଯାଇଥାଏ। ତେବେ ଏହି ରିପୋର୍ଟ ‘ପୋଡା ଟୋଷ୍ଟ’ ଉପରେ ଆଧାରିତ ଥିଲା।

ଏଲପିଜି ଗ୍ୟାସରେ ରାନ୍ଧିବା ସ୍ୱାସ୍ଥ୍ୟ ତଥା ପରିବେଶ ପାଇଁ ସୁସ୍ଥ ନୁହେଁ। ଗ୍ୟାସ ଉପରେ ରାନ୍ଧିବା ଘରର ବାୟୁକୁ ୫ ଗୁଣ ଅଧିକ ପ୍ରଦୂଷିତ କରିଥାଏ। ଅଧ୍ୟୟନରେ ଏଲପିଜି ବଦଳରେ ଇନଡକ୍ସନ୍ କିମ୍ବା ଇଲେକ୍ଟ୍ରିକ୍ ଷ୍ଟୋଭ୍ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

Comments are closed.