Latest Odisha News

BREAKING NEWS

ରାଉରକେଲାରେ କଡ଼ାକଡ଼ି ହେଲା କରୋନା କଟକଣା; ମାସ୍କ ପିନ୍ଧିବା ନେଇ ଗୁରୁତ୍ୱ

ରାଉରକେଲା: ରାଉରକେଲା ପ୍ରଶାସନ ପକ୍ଷରୁ ଆଜି ସହରରେ କରୋନା କଟକଣାକୁ ଅଧିକ କଡାକଡି କରିବା ଲାଗି ପଦକ୍ଷେପ ନିଆଯାଇଛି ।

ଶନିବାର ସକାଳୁ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଵୋଲି ସୁନିଲ ନରବଣେ, ଆରଏମସି ଉପାୟୁକ୍ତ ସୁଧାଂଶୁ ଭୋଇ, ଅତିରିକ୍ତ ତହସିଲଦାର ଅଭିଜିତ ମହନ୍ତ, ଆରଡ଼ିଏ ଓଏସଡ଼ି ଜିତେନ୍ଦ୍ର ମହାଙ୍କୁଡ ପ୍ରମୁଖ ସହରର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ କରୋନା ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ଲୋକଙ୍କୁ ନିବେଦନ କରିଥିଲେ।
ଯେଉଁ ବ୍ୟବସାୟୀ ମାନେ ମାସ୍କ ପିନ୍ଧିବା ଲାଗି ନିଜ ଦୋକାନ ସାମ୍ନାରେ ନିବେଦନ ଫଳକ ମାରିଥିଲେ ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ଦୋକାନ ବାହାରେ ଗୋଲେଇ କାଟିଥିଲେ ସେମାନଙ୍କୁ ପ୍ରଶଂସା କରିବା ସହ ଯେଉଁମାନେ ଏପରି କରିନଥିଲେ ସେମାନଙ୍କୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ଲାଗି ଚେତାବନୀ ଦେଇଥିଲେ। ନତୁବା ସେମାନଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାଇ ଦେଇଥିଲେ।
ଏଥିସହିତ ଯେଉଁ ଦୋକାନୀ ମାନେ ମାସ୍କ ପିନ୍ଧିନଥିଲେ କିମ୍ବା ଗାଡି ଚାଳକ ମାନେ ମାସ୍କ ପିନ୍ଧିନଥିଲେ, ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିଲା। ମୋଟ ୪୩୫୦୦ ଟଙ୍କା ଆଜି ଜୋରିମାନା ଆଦାୟ କରାଯାଇଛି।
ପୂର୍ବରୁ ରାଉରକେଲା ମହାନଗର ନିଗମ ପକ୍ଷରୁ ସଚେତନତା ସହ ଜୋରିମାନା ଆଦାୟ ଜାରି ରହିଥିବା ବେଳେ ଆଜି ଏହି ଅଭିଯାନକୁ କଡାକଡି କରାଯାଇଛି। ଏହା ଆଗକୁ ମଧ୍ୟ ଜାରି ରହିବ ବୋଲି ଜଣାପଡିଛି।

Comments are closed.