ନୂଆଦିଲ୍ଲୀ: କାୟା ବିସ୍ତାର କରୁଛି ଡେଲ୍ଟା। ଅନେକ ଦେଶରେ ଏବେ ଡେଲ୍ଟା ଭୟ ଘାରିଲାଣି। ପୂର୍ବରୁ କରୋନା ମୁକାବିଲା ସଫଳ ହୋଇଥିବା ଅନେକ ରାଷ୍ଟ୍ର ଏବେ ପୁଣି ଥରେ କେରୋନା ଜାଲରେ ଛନ୍ଦି ହୋଇଯାଇଛନ୍ତି।
ଯେତେବେଳେ ସମଗ୍ର ବିଶ୍ୱ କରୋନାର ପ୍ରଥମ ତରଙ୍ଗ ସହିତ ଲଢୁଥିଲା ସେତେବେଳେ ଚୀନ୍, ଅଷ୍ଟ୍ରେଲିଆ ସମେତ ସାତୋଟି ଦେଶର ଜିରୋ ଟଲେରାନ୍ସ ରଣନୀତି ମାଧ୍ୟମରେ ସ୍ଥାନୀୟ ସଂକ୍ରମଣକୁ ଦୀର୍ଘ ସମୟ ଧରି ନିୟନ୍ତ୍ରଣ କରିଥିଲା। କିନ୍ତୁ ଡେଲଟା ଭାରିଆଣ୍ଟ ଏହି ରଣନୀତିକୁ ଚ୍ୟାଲେଞ୍ଜ କରିଛି। ଥାଇଲାଣ୍ଡ, ଫିଜି, ମାଲେସିଆ, ଇଣ୍ଡୋନେସିଆ, ତାଇୱାନ ଓ ନ୍ୟୁଜିଲାଣ୍ଡ ଆଦି ଦେଶରେ ଡେଲ୍ଯା ପ୍ରଜାତିର ପ୍ରକୋପ ବଢିବାରେ ଲାଗିଛି।
ସଂକ୍ରମଣ ସ୍ଥାନୀୟ ଅଞ୍ଚଳରେ ବ୍ୟାପିଯିବାରୁ ଅଷ୍ଟ୍ରିଆ ସରକାର ପ୍ରଭାବିତ ଅଞ୍ଚଳରେ କଡ଼ା ଲକ୍ଡାଉନ୍ ଲାଗୁ କରିବାର ରଣନୀତି ଆପଣେଇଛନ୍ତି। ଏହା ଦ୍ୱାରା ଲୋକମାନେ ରାସ୍ତାରେ ତାଲା ପକାଇ ବିରୋଧ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ଯାହା ହିଂସାତ୍ମକ ରୂପ ନେଇଛି।
ବର୍ତ୍ତମାନ, ନ୍ୟୁ ସାଉଥ ୱେଲ୍ସ ରାଜ୍ୟ କରୋନାର ନୂଆ ହଟସ୍ପଟ୍ ଭାବେ ଉଭା ହୋଇଛି। ସ୍ଥାନୀୟ ପ୍ରଶାସନ କହିଛି ଯେ ଡେଲଟା ଭାରିଆଣ୍ଟ କାରଣରୁ ବଢୁଥିବା ସଂକ୍ରମଣର ମୁକାବିଲା ପାଇଁ ୫୦ ପ୍ରତିଶତ ଜନସଂଖ୍ୟା ଶୀଘ୍ର ଟିକାକରଣ କଲେ ଲକ୍ଡାଉନ୍କୁ ହଟାଯାଇପାରିବ।
Comments are closed.