Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ପୁରୀ ସିଡିପିଓ ଅଫିସର ଷ୍ଟାଟିଷ୍ଟିକାଲ୍ ଆସିଷ୍ଟାଣ୍ଟ

ପୁରୀ: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଜିଲ୍ଲା ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର ଷ୍ଟାଟିଷ୍ଟିକାଲ୍ ଆସିଷ୍ଟାଣ୍ଟଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ତାଙ୍କ ନାଁ କୃଷ୍ଣଚନ୍ଦ୍ର ଜେନା । ଏକକାଳୀନ ୪ଟି ସ୍ଥାନରେ ରେଡ୍ ଚାଲିଛି ।

ପୁରୀରେ ତିନିଟି ଓ ଭୁବନେଶ୍ୱରରେ ଗୋଟିଏ ସ୍ଥାନରେ ୬ଟି ଟିମ୍ ଚଢ଼ାଉ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ଚଢ଼ାଉରେ ତ୍ରିଲୋଚନଙ୍କର ପୁରୀ ଓ ଭୁବନେଶ୍ୱରରେ ଦୁଇଟି ତିନି ମହଲା କୋଠା ଠାବ ହୋଇଛି ।

ରେଡରେ ସାମିଲ ଅଛନ୍ତି ଭିଜିଲାନ୍ସର ୨ ଜଣ ଡିଏସପି, ୧୦ ଜଣ ଇନିସପେକ୍ଟର ଓ ଅନ୍ୟ କର୍ମଚାରୀ । ରେଡ୍ ସରିବା ପରେ ଜଣା ପଡ଼ିବ ତାଙ୍କପ କେତେ ରହିଛି ଆୟ ବର୍ହିଭୂତ ସମ୍ପତ୍ତି ।

Leave A Reply

Your email address will not be published.