Latest Odisha News

BREAKING NEWS

କରୋନା ପାଇଁ ସିଏମସିର ଗାଇଡଲାଇନ୍

କଟକ : ରାଜ୍ୟରେ ମୁଣ୍ଡ ଟେକିଲାଣି କରୋନା ସଂକ୍ରମଣ । କିଛି ଦିନ ପର୍ଯ୍ୟନ୍ତ ୨୦୦ ଉପରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ୪୦୦ ଟପିଛି ପଜିଟିଭ୍ ସଂଖ୍ୟା । କରୋନାକୁ ନେଇ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଥିବା ବେଳେ, ଏବେ କଟକରେ ସଜାଗ ହୋଇଛି ପ୍ରଶାସନ । ସଂକ୍ରମଣକୁ ଦୃଷ୍ଟିରେ ରଖି କଡ଼ା କଟକଣା ଲଗାଇଛି କଟକ ମହାନଗର ନିଗମ ।

ନୂଆ ଗାଇଡଲାଇନ୍ ଅନୁସାରେ ବିବାହ ଉତ୍ସବରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ଦେଇଛି ସିଏମସି । ସେହିପରି ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୫୦ ଜଣ ଯୋଗ ଦେଇପାରିବେ । ଶିକ୍ଷାନୁଷ୍ଠାନ ଗୁଡ଼ିକର ବାର୍ଷିକ ସମାବେଶ ଉପରେ ରୋକ୍ ଲଗାଇଛି ସିଏମସି । ଆସନ୍ତା ୬ ତାରିଖରୁ ଏହି ନୂଆ ଗାଇଡଲାଇନ୍ ଲାଗୁ ହେବ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, କଟକରୁ ୨୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.