Latest Odisha News

BREAKING NEWS

ଆସନ୍ତା ୫ ତାରିଖରୁ ଓଡ଼ିଶାର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ

ଭୁବନେଶ୍ବର : ଓଡ଼ିଶାର ୧୦ଟି ଜିଲ୍ଲାରେ ଲାଗୁ ହୋଇଛି ନାଇଟ୍ କର୍ଫ୍ୟୁ । କରୋନା ସଂକ୍ରମଣ ଦିନକୁ ଦିନ ପୁଣି ବଢୁଥିବା ବେଳେ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ଲାଗୁ ହୋଇଛି ନାଇଟ୍ କର୍ଫ୍ୟୁ । ଆସନ୍ତା ୫ ତାରିଖଠାରୁ ଏହି କଟକଣା ଲାଗିବ । ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ କଟକଣା ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି ଏସଆରସି ।

ଏହି ନାଇଟ କର୍ଫ୍ୟୁ ସମୟରେ ସମସ୍ତ ଜରୁରୀ କାଳୀନ ସେବାକୁ ବାଦ ଦିଆଯାଇଛି । ନାଇଟ୍ କର୍ଫ୍ୟୁ ବେଳେ ସବୁ ଶିଳ୍ପ କାରଖାନା ଖୋଲା ରହିବ। ପେଟ୍ରୋଲ ପମ୍ପ ଓ ସିଏନ୍‌ଜି ଷ୍ଟେସନ ଖୋଲା ରହିବ। ହୋମ୍ ଡେଲିଭରିକୁ ଅନୁମତି ଦିଆଯାଇଛି । ସେହିପରି ଡାକ୍ତର, ମେଡିକାଲ ଓ ପାରା ମେଡିକାଲ ଷ୍ଟାଫଙ୍କ କାର୍ଯ୍ୟ ଜାରି ରହିବ । ଜରୁରୀକାଳୀନ ସ୍ୱାସ୍ଥ୍ୟସେବାରେ ଥିବା କର୍ମଚାରୀ ଓ ଆମ୍ବୁଲାନ୍ସ ସେବା ଜାରି ରହିବ ।

ସେହିପରି ବିଜୁଳି, ଅଗ୍ନିଶମ ସେବା, ଟେଲିକମ୍, ଜଳ ଯୋଗାଣ, ରେଳବାଇ, ବିମାନ ସେବା ଓ ଯାତାୟତ ସୁବିଧା ଜାରି ରହିବ । ପରିଚୟ ପତ୍ର ଦେଖାଇ ଆଇଟି ଷ୍ଟାଫ୍ ଯାତାୟତ କରିପାରିବେ ବୋଲି ଏସ୍‌ଆର୍‌ସିଙ୍କ ପକ୍ଷରୁ କୁହାଯାଇଛି । ସେହିପରି ଘରୋଇ ଯାତ୍ରୀବାହୀ ଯାନ ଓ ଟାକ୍ସି ଯାତାୟତ କରିପାରିବ ।

Leave A Reply

Your email address will not be published.