Latest Odisha News

BREAKING NEWS

ଫେବୃଆରୀ ମାସ ପାଇଁ କରୋନା ଗାଇଡଲାଇନ

ନୂଆଦିଲ୍ଲୀ: ଫେବୃଆରୀ ମାସ ପାଇଁ କେନ୍ଦ୍ର ସରକାର ଜାରି କଲେ କରୋନା ଗାଇଡଲାଇନ। ଜାନୁଆରୀ ମାସ ଭଳି ଫେବୃଆରୀ ମାସର ଗାଇଡଲାଇନରେ ବିଶେଷ କିଛି ପରିବର୍ତ୍ତନ କରାଯାଇନାହିଁ । ପୂର୍ବଭଳି ମାସ୍କ, ସାନିଟାଇଜେସନ ଓ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର ।

ସିନେମା ହଲ ଓ ଥିଏଟର ଗୁଡ଼ିକ ପୂର୍ବରୁ ୫୦% ଦର୍ଶକଙ୍କୁ ନେଇ କାର୍ଯ୍ୟକ୍ଷମ ହେଉଥିଲା, ଏବେ ଏହି ସିଟ୍‌ ସଂଖ୍ୟା ବୃଦ୍ଧି ହୋଇପାରିବ ବୋଲି କେନ୍ଦ୍ର ସରକାର ଗାଇଡଲାଇନରେ ଉଲ୍ଲେଖ କରିଛନ୍ତି । ସେହିପରି ସୁଇମିଂ ପୁଲ ମଧ୍ୟ ସମସ୍ତଙ୍କ ପାଇଁ ଖୋଲିବ। ଏଥିପାଇଁ ଜାରି ହେବ ଏସଓପି । ସମସ୍ତ ପ୍ରଦର୍ଶନୀ କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାର କଟକଣା ମୁକ୍ତ କରିଛନ୍ତି । ହେଲେ ଏହା ମଧ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ କ’ଣ ସବୁ ବ୍ୟବସ୍ଥା ହେବ, ସେ ବିଷୟରେ କର୍ମସ ବିଭାଗ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହ ଆଲୋଚନା କରି ନିଷ୍ପତ୍ତି ନେବ।

ସଂକ୍ରମଣ ବଢ଼ିଲେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ କଣ୍ଟେନମେଣ୍ଟ ଜୋନ ଘୋଷଣା କରିପାରିବେ। କଣ୍ଟେନମେଣ୍ଟ ଜୋନ୍‌ରେ କେବଳ ଜରୁରୀ ସେବା ବ୍ୟତୀତ ଆଉ କୌଣସି ସେବାକୁ ଅନୁମତି ମିଳିବ ନାହିଁ। ସେହିପରି ଆନ୍ତଃରାଜ୍ୟ ଓ ରାଜ୍ୟ ଭିତରେ ବସ୍‌ ଚଳାଚଳରେ କୌଣସି କଟକଣା ଲାଗୁ ହୋଇନାହିଁ। ପୂର୍ବଭଳି ଘରୋଇ ବିମାନ ସେବା ଜାରି ରହିବ। କିନ୍ତୁ ଅନ୍ତର୍ଜାତୀୟ ବିମାନ ସେବା ସମ୍ପର୍କରେ ବେସାମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଚୂଡ଼ାନ୍ତ ନିଷ୍ପତ୍ତି ନେବ।

Leave A Reply

Your email address will not be published.