Latest Odisha News

BREAKING NEWS

୨୦୨୨ରେ ୩ ଯାତ୍ରୀଙ୍କୁ ନେଇ ‘ସ୍ପେସ୍‌ ଷ୍ଟେସନ୍‌’ ଯିବ ପ୍ରଥମ ଘରୋଇ ଜେଟ୍‌, ଜଣକା ଭଡ଼ା ୪୦୦ କୋଟି ଟଙ୍କା

ନୂଆଦିଲ୍ଲୀ : ୪୦୦ କୋଟି ଟଙ୍କା ଦେଲେ ହିଁ ସ୍ପେସ୍‌ ଷ୍ଟେସନ୍‌ ବୁଲିବାକୁ ସୁଯୋଗ ମିଳିପାରିବ । ସେମିତି ୩ ଆରବପତି ଏବେ ସେଠାକୁ ଯିବାକୁ ବାହାରିଛନ୍ତି । ୨୦୨୨ରେ ସେମାନେ ଯିବାକୁ ଥିବା ବେଳେ ପ୍ରତି ବ୍ୟକ୍ତି ୪୦୦ କୋଟି ଲେଖାଏଁ ଦେବେ ।

ଆମେରିକାର ଫ୍ଲୋରିଡା ସ୍ଥିତ କ୍ୟାପ୍‌ କ୍ୟାନଭରଲରେ ପ୍ରଥମ ଘରୋଇ ସ୍ପେସ୍‌ ଷ୍ଟେସନ୍‌ କ୍ରୁଙ୍କ ପରିଚୟ ଦିଆଯାଇଛି । କ୍ରୁଙ୍କ ମଧ୍ୟରେ ୩ ଜଣ ଯାତ୍ରୀ ଅଛନ୍ତି । ୩ ଯାତ୍ରୀ ୫୫ ମିଲିୟନ ଡଲାର ଅର୍ଥାତ ୪୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ଦେବେ । ଏମାନେ ସ୍ପେସ୍‌ ଏକ୍ସ ରକେଟ୍‌ ଯୋଗେ ସ୍ପେସ୍‌ ଷ୍ଟେସନକୁ ଯିବେ ।

୩ ଯାତ୍ରୀଙ୍କ ନାଁ – ଇଟେନ୍‌ ଷ୍ଟିବେ, ମାର୍କ ପାଥି ଏବଂ ଲ୍ୟାରି କୋନ୍ନୋର । ଆସନ୍ତାବର୍ଷ ଜାନୁଆରୀରେ ଏମାନଙ୍କୁ ସ୍ପେସ୍‌ ଷ୍ଟେସନ ନିଆଯିବ । ଏହା ପ୍ରଥମ ଘରୋଇ ଜେଟ୍‌ ଭାବେ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନକୁ ଉଡ଼ାଣ ଭରିବ । ଏହି ୩ ଯାତ୍ରୀଙ୍କୁ ଅନ୍ତରିକ୍ଷ ନେବାର ଦାୟିତ୍ବ ନେବେ ନାସାର ପୂର୍ବତନ ମହାକାଶବିଜ୍ଞାନୀ ମାଇକେଲ୍‌ ଲୋପେଜ୍‌ ଓଲିଗ୍ରିୟା । ୩ ଜଣ ଯାତ୍ରୀ ୮ ଦିନ ସ୍ପେସ୍‌ ଷ୍ଟେସନ୍‌ରେ ରହିବେ ।

Leave A Reply

Your email address will not be published.