Latest Odisha News

BREAKING NEWS

୫ ସାଇବର ଠକ ଗିରଫ 

ଭୁବନେଶ୍ବର : ଅଢେଇ ଲକ୍ଷରୁ ଅଧିକ ଟଙ୍କା ଠକିନେଇଥିବା ୫ ଜଣ ସାଇବର ଠକଙ୍କୁ ପୋଲିସ ଗିରଫ କରିଛି ପୋଲିସ । ଭବାନୀପାଟଣାରେ ବରିଷ୍ଠ ନାଗରିକଙ୍କଠାରୁ ଏମାନେ ଠକେଇ କରିଥିବା ଅଭିଯୋଗ ହୋଇଛି ।  

ସୂଚନା ଅନୁସାରେ, ଗତ ୧୮ ତାରିଖରେ ଭବାନୀପାଟଣା ଶର୍ମା କଲୋନୀର ଅବସରପ୍ରାପ୍ତ ବରିଷ୍ଠ ନାଗରିକ ଗଙ୍ଗାଧର ସୁବୁଦ୍ଧିଙ୍କୁ ଏକ ଫୋନ କଲ୍ ଆସିଥିଲା । କଷ୍ଟମର କେୟାରରୁ ଫୋନ୍ କରିଥିବା କହି ଅଜଣା ବ୍ୟକ୍ତି ଜଣକ ବିଭିନ୍ନ ମନଲୋଭା କଥା କହିଥିଲା । ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ ଓଟିପି ପଠାଇବା ପରେ ଗଙ୍ଗାଧରଙ୍କ ଆକାଉଣ୍ଟରୁ ୨ ଲକ୍ଷ ୬୫ ହଜାର ଟଙ୍କା ଗାଏବ ହୋଇ ଯାଇଥିଲା ।

ଅଭିଯୋଗ ପରେ କଳାହାଣ୍ଡି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା । ଘଟଣାରେ ୫ ଜଣ ଠକଙ୍କୁ ଉତ୍ତର ପ୍ରଦେଶ ହମିରପୁର ଅଞ୍ଚଳରୁ ପୋଲିସ ଗିରଫ କରିଛି । ଆଉ ଜଣେ ଅଭିଯୁକ୍ତ ଫେରାର ଅଛି । ମୁଖ୍ୟ ଅଭିଯୁକ୍ତଠାରୁ ୫୨ ହଜାର ଟଙ୍କା ଜବତ ହୋଇଛି ।

 

Leave A Reply

Your email address will not be published.