Latest Odisha News

BREAKING NEWS

ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଫେରିଲେ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ

ଭୁବନେଶ୍ବର : ମହାମାରୀ କରୋନା ପାଇଁ ସଜାଗ ରାଜ୍ୟ ସରକାର । ସଂକ୍ରମଣକୁ ରୋକିବା ପାଇଁ କାଲିଠୁ ଆରମ୍ଭ ହେଉଛି ଲକଡାଉନ୍ । କିନ୍ତୁ ଏହି ଏବେ ଆହୁରି କଡ଼ା ପଦକ୍ଷେପ ନେଉଛନ୍ତି ସରକାର । ପୂର୍ବରୁ ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ କଟକଣା ଜାରି କରିଥିଲେ ସ୍ବତନ୍ତ୍ର ରିଲିଫ୍‌ କମିଶନର । ଆଉ ଆଜି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଫେରନ୍ତାଙ୍କ ପାଇଁ ଜାରି ହୋଇଛି କଟକଣା । ଏହି ଦୁଇ ରାଜ୍ୟରୁ କୌଣସି ବ୍ୟକ୍ତି ଓଡ଼ିଶା ଫେରିଲେ, କ୍ବାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । ସଂପୃକ୍ତ ବ୍ୟକ୍ତି ୧୪ ଦିନିଆ କ୍ବାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ ବୋଲି କହିଛନ୍ତି ଏସଆରସି ।

ସେହିପରି ୪୮ ଘଣ୍ଟା ପୂର୍ବର RTPCR ନେଗେଟିଭ ରିପୋର୍ଟ ଥିଲେ ୭ ଦିନ କ୍ବାରେଣ୍ଟାଇନରେ ରହିବେ ଆନ୍ଧ୍ର ଓ ତେଲେଙ୍ଗାନା ଫେରନ୍ତା । ବିଶେଷ କରି ସୀମାନ୍ତବର୍ତ୍ତି ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ପରି ୬ ଜିଲ୍ଲାକୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଏହି ୨ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ଉପରେ କଡା ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

Leave A Reply

Your email address will not be published.