Latest Odisha News

BREAKING NEWS

ଆସନ୍ତାକାଲି ରାଜ୍ୟର ୧୫ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଜାରି ରହିଛି ଟିକାକରଣ। ହେଲେ ଟିକା ଅଭାବ ଯୋଗୁଁ କେତେକ ଜିଲ୍ଲାରେ ଟିକାକରଣ ବନ୍ଦ‌ ରଖାଯାଇଥିବା ବେଳେ ଆସନ୍ତାକାଲି ୧୫ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ।

ସୂଚନା ଅନୁଯାୟୀ, ୧୫ ଜିଲ୍ଲା ମଧ୍ୟରେ ରହିଛି ଅନୁଗୁଳ, ବାଲେଶ୍ୱର, ବରଗଡ, ବୌଦ୍ଧ, କଟକ, ଦେବଗଡ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ସୋନପୁର।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୭୯ ହଜାର ୭୫୨କୁ ବୃଦ୍ଧି ପାଇଛି । ଏଥିସହ ମୋଟ ଆରୋଗ୍ୟ ସଂଖ୍ୟା ୪ ଲକ୍ଷ ୧୦ ହଜାର ୨୨୭ରେ ପହଞ୍ଚିଛି । ଏବେ ରାଜ୍ୟରେ ୭୩ ହଜାର ୫୪୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

Leave A Reply

Your email address will not be published.