Latest Odisha News

୨୦ ଦିନରେ ରୁଷିଆ ତିଆରି କଲା ୧୦ ହଜାର ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା

ମସ୍କୋ: କରୋନା ଭାଇରସ ମୁକାବିଲା ପାଇଁ ରୁଷିଆ ୨୦ ଦିନରେ ୧୦ ହଜାର ଲୋକଙ୍କ ଚିିକିତ୍ସା ହେଇ ପାରୁଥିବା ଡାକ୍ତରଖାନା ନିର୍ମାଣ କରିଛି । ଏଥିସହ ରୁଷିଆ ଚାଇନାକୁ ପଛରେ ପକାଇ ଦେଇଛି । ଚାଇନା ଅଳ୍ପ ଦିନରେ ଉହାନରେ ଏକ ବିଶାଳକାୟ ଡାକ୍ତରଖାନା ତିଆରି କରିଥିଲା । ମସ୍କୋ ଟାଇମ୍ସ ମୁତାବକ ଏଭଳି ୧୮ ଡାକ୍ତରଖାନା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ସାରିଛି ।

୭୦୦ କୋଟି ବ୍ୟୟରେ ନିର୍ମିତ ଏହି ଡାକ୍ତରଖାନାରେ ୧୦ ହଜାରରୁ ଅଧିକ ଶ୍ରମିକ କାର୍ଯ୍ୟ କରିଥିଲେ । ଅଧିକାଂଶ ବେଡରେ ଆଇସିୟୁ ଓ ଭେଂଟିଲେଟରର ସୁବିଧା ରହିଛି । ରୁଷର ସେନା ଏହି ଡାକ୍ତରଖାନା ତିଆରି କରିବାରେ ଦିନ ରାତି ଏକ କରି ଦେଇଥିଲେ ।

Leave A Reply

Your email address will not be published.