ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ କାୟା ବିସ୍ତାର କରି ଚାଲିଛି କରୋନା । ଗଞ୍ଜାମ, ଗଜପତି ପରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ଆଠ ଦିନରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରୁ ଭୂତାଣୁ ସଂକ୍ରମିତ ହୋଇଛନ୍ତି ୩୩୩ ଜଣ । କେବଳ ଜୁଲାଇରେ ବାହାରିଛନ୍ତି ୪୦୬ ଆକ୍ରାନ୍ତ ସେହିପରି କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ନୂଆପଡ଼ା ଆଦି ଜିଲ୍ଲାରୁ ପ୍ରତିଦିନ ଆସୁଛି କରୋନା କେସ୍ ।
ଜୁଲାଇରେ କୋରାପୁଟରୁ ୨୨୦ ପଜିଟିଭ୍
ଗତ ୨୪ ଘଣ୍ଟାରେ କୋରାପୁଟ ଜିଲ୍ଲାରୁ ବାହାରିଛି ୪୫ ନୂଆ ପଜିଟିଭ କେସ୍ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୭୦କୁ ବୃଦ୍ଧି ପାଇଛି । ଏଥିରୁ କେବଳ ଜୁଲାଇ ମାସରେ ବର୍ତ୍ତମାନ ସୁଦ୍ଧା ସଂକ୍ରମିତ ହୋଇଛନ୍ତି ୨୨୦ ଜଣ । ଏପ୍ରିଲ ୨୭ ତାରିଖ କୋରାପୁଟ ଜିଲ୍ଲାରୁ ପ୍ରଥମ ପଜିଟିଭ ଚିହ୍ନଟ ହୋଇଥିଲେ । ଅର୍ଥାତ ଗତ ଦୁଇ ମାସରେ ମାତ୍ର ୫୦ଟି କେସ୍ ବାହାରିଥିଲା । ବର୍ତ୍ତମାନ ଜିଲ୍ଲାରେ ଆକ୍ଟିଭ୍ କେସ ରହିଛି ୧୯୦ ।
ଜୁଲାଇରେ ମାଲକାନଗିରିରୁ ୧୮୬ ଆକ୍ରାନ୍ତ
ଜୁଲାଇରେ ମାଲକାନଗିରି ଜିଲ୍ଲାରେ ସଂକ୍ରମଣ ବଢିଛି । ଗତ ୨୪ ଘଣ୍ଟାରେ ଆଉ ୧୮ ପଜିଟିଭଙ୍କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୨ ହୋଇଛି । ଏଥିରୁ ଜୁଲାଇରେ ବାହାରିଛନ୍ତି କେବଳ ୧୮୬ ନୂଆ ଭୂତାଣୁ ସଂକ୍ରମିତ । ବର୍ତ୍ତମାନ ଆକ୍ଟିଭ୍ କେସ ରହିଛି ୧୪୦ ।
ଗଞ୍ଜାମ ଓ ଗଜପତିରେ ବଢୁଛି
ଦକ୍ଷିଣ ଓଡ଼ିଶାର ସବୁଠୁ ଅଧିକ ସଂକ୍ରମିତ ଜିଲ୍ଲା ଗଞ୍ଜାମ । ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୫୨୭ ରହିଥିବା ବେଳେ ଆକ୍ଟିଭ୍ କେସ୍ ସଂଖ୍ୟା ୧ ହଜାର ୯୧୮ । ସେହିପରି ଗଜପତି ଜିଲ୍ଲାରେ କରୋନା ସଂକ୍ରମିତ ହୋଇଛନ୍ତି ୭୦୩ ଜଣ । ଆକ୍ଟିଭ୍ କେସ୍ ରହିଛି ୧୬୬ ।
BREAKING NEWS
- Union Budget 2026: ଓଡିଶା ଉପରେ ବଜେଟ ବର୍ଷା, ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ…
- Union Budget 2026: ଏଣିକି ଶସ୍ତା ହେବ ବିଦେଶ ଯାତ୍ରା ଓ ପାଠପଢ଼ା…
- ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଥିବା ଲୋକଙ୍କ ହ୍ରାସ ପାଏ କି ଶ୍ରବଣ ଶକ୍ତି ?
- Budget2026: ଦେଶରେ ନିର୍ମାଣ ହେବ ୩ଟି ନୂଆ ଏମ୍ସ, ୭ଟି ରେଳ କରିଡର୍
- Union Budget 2026: ଜାଣନ୍ତୁ…କ’ଣ ମହଙ୍ଗା, କ’ଣ ଶସ୍ତା?
- Union Budget 2026: ଶସ୍ତା ହେବ କର୍କଟ, ମଧୁମେହ ଏବଂ ଅଟୋଇମ୍ମ୍ୟୁନ୍ ରୋଗର ଔଷଧ…
- ବଜେଟ୍ ୨୦୨୬: ବାୟୋଫାର୍ମାକୁ ଫୋକସ, ୧୦ ହଜାର କୋଟି ଟଙ୍କା ହେବ ନିବେଶ
- ବଜେଟ୍ ୨୦୨୬-୨୭ରେ ଗରିବ, ଅସହାୟ ଏବଂ ବଞ୍ଚିତ ଶ୍ରେଣୀର ବିକାଶ ଉପରେ ଫୋକସ୍
- Budget 2026: ବଜେଟ ୨୦୨୬: ଏପ୍ରିଲ ୧ରୁ ନୂଆ ଆୟକର ନିୟମ
- Rare Earth Corridors In Odisha: ବଜେଟରେ ଓଡ଼ିଶା ପାଇଁ ବଡ଼ ଘୋଷଣା, ନିର୍ମାଣ ହେବ ବିରଳ ପୃଥିବୀ ଖଣିଜ ପଦାର୍ଥ କରିଡର
Comments are closed.