Latest Odisha News

ଚିନ୍ତା ବଢାଉଛି କରୋନାର ନୂଆ ରୂପ ; ଏହି ରାଜ୍ୟରୁ ଆସିଲା ଡେଲ୍‌ଟା ପ୍ଲସ୍‌ର ନୂଆ ମାମଲା

ନୂଆଦିଲ୍ଲୀ: ଦେଶ କୋଭିଡ-୧୯ ର ଦ୍ୱିତୀୟ ତରଙ୍ଗ ସହିତ ଲଢେଇ ଜାରି ରହିଥିବା ବେଳେ ଆଉ ଏକ ଭାରିଆଣ୍ଟ ଏବେ ଚିନ୍ତା ବଢାଇଲାଣି।

ଡେଲଟା ଭାରିଆଣ୍ଟର ବିସ୍ତାର ହ୍ରାସ ପାଉଥିବା ବେଳେ ଡେଲଟା ପ୍ଲସ୍ ନାମକ ଅନ୍ୟ ଏକ ଷ୍ଟ୍ରେନ୍‌ ଦେଶରେ କାୟା ବିସ୍ତାର କଲାଣି।

ଏହି ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ ତିନୋଟି ରାଜ୍ୟରୁ ରିପୋର୍ଟ ହୋଇଥିବା ସୂଚନା ମିଳିଛି।

ମେ’ ୧୫ରୁ ପ୍ରାୟ ୭୫୦୦ ନମୁନା ଏଥିପାଇଁ ସଂଗ୍ରହ ହୋଇଥିଲା ଓ ଏହା ମଧ୍ୟରୁ ୨୧ ଜଣ ଡେଲ୍ଟା ପ୍ଲସ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ରତ୍ନଗିରିରେ ୯ ଜଣ, ଜଲଗାଓଁରେ ୭, ମୁମ୍ବାଇରେ ୨, ପାଲଘର, ସିଦ୍ଧୁଦୁର୍ଗ ଏବଂ ଥାଣେରେ ଜଣେ ଲେଖାଏ ଡେଲ୍ଟା ପ୍ଲସ ଭାରିଆଣ୍ଟରେ ଆକ୍ରାନ୍ତ ହୋଇଛନ୍ତି। ଅଧିକାରୀମାନେ ଏହି ସଂକ୍ରମିତଙ୍କ ତଥ୍ୟ ହାସଲ କରି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରିବା ଆରମ୍ଭ କରିଛନ୍ତି।

ତେବେ ଏହି ଭାରିଆଣ୍ଟ ଚିନ୍ତାର କାରଣ ନୂହେଁ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହା ଏପର୍ଯ୍ୟନ୍ତ ଗମ୍ଭୀର ସ୍ଥିତି ଆଡକୁ ଗତି କରିନି।

Leave A Reply

Your email address will not be published.