ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୋମବାର ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଯେଉଁ ୭ଟି ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେଥିମଧ୍ୟରେ ଭଦ୍ରକ ଜିଲ୍ଲାରୁ ୫ଜଣ ଏବଂ ବାଲେଶ୍ୱର ଜିଲ୍ଲାରୁ ୨ ଜଣ ।
7 New Positive Cases of #Covid19 found in #Odisha
5 new Positive Cases From Bhadrak.
2 new Positive Cases From Balasore.
Total no of cases detected: 68
Contact tracing and follow up action is being done.
— I & PR Department, Odisha (@IPR_Odisha) April 20, 2020
ବର୍ତ୍ତମାନ ଓଡ଼ିଶାରେ ପଜିଟିଭ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରୁ ୬୮କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନାନୁଯାୟୀ, ୧୦,୬୪୧ଟି କୋଭିଡ୍-୧୯ ନମୂନା ପରୀକ୍ଷା ହୋଇଥିବା ବେଳେ ୧୦,୫୭୩ଟି ନେଗେଟିଭ୍ ଆସିଛି ।
ପୂର୍ବରୁ ଭଦ୍ରକରେ ୩ ଜଣ ପଜିଟିଭ୍ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଆଉ ୫ଜଣ ରୋଗୀ ଚିହ୍ନଟ ହେବା ପରେ ସମୁଦାୟ ଜିଲ୍ଲାରେ ରୋଗୀ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ପୂର୍ବରୁ ଭଦ୍ରକରେ ୨ଜଣ ରୋଗୀ ସୁସ୍ଥ୍ ହୋଇ ଘରକୁ ଫେରିଛନ୍ତି ।
ସେହିପରି ଭାବେ ଆଜି ରାଜ୍ୟରେ ଯେଉଁ ୭ ଜଣ ପଜିଟିଭ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ୨ ଜଣ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରେ ପୂର୍ବରୁ ଜଣେ ରୋଗୀ ପଜିଟିଭ୍ ଚିହ୍ନଟ ହୋଇଥିଲେ ।
Comments are closed.