କାକଟପୁର: ସାରା ଦେଶ ବର୍ତମାନ କରୋନା ମହାମାରୀର ପ୍ରକୋପରେ ସ୍ତବ୍ଧ ଥିଲାବେଳେ ଏକମାତ୍ର ଭରଷା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଜନସାଧାରଣ ଭଗବାନଙ୍କ ଭଳି ପୂଜା କରୁଛନ୍ତି l କିନ୍ତୁ ଏହି ଅଭାବନିୟ ସ୍ଥିତିରେ ଜରୁରୀକାଳୀନ ମେଡିକାଲ ପାସ ଦେବାକୁ ଜନସାଧାରଣଙ୍କ ଠାରୁ ଲାଞ୍ଚ ନେଇ ସାରା ରାଜ୍ୟ ତଥା ଦେଶ ପାଇଁ ଲଜ୍ଜା ପାଲଟିଛନ୍ତି କାକଟପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରିୟ ରଞ୍ଜନ ବେହେରା l
କରୋନା ଗରିବ ଲୋକଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ କରିଦେଇଥିବା ବେଳେ ରୋଗୀଙ୍କୁ ଚିକିତ୍ସା ପାଇଁ ସୁଦୂର ଭୁବନେଶ୍ୱର, କଟକ ଯିବାପାଇଁ ସ୍ଥାନୀୟ ଡାକ୍ତରଙ୍କଠାରୁ ପାସ ନେବାପାଇଁ ଡାକ୍ତର ଟଙ୍କା ଦାବୀ କରି ନେବା ଘଟଣା ପୁରୀ ଜିଲ୍ଲା କାକଟପୁର ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି l ଯାହାକୁ ନେଇ ସାରା ରାଜ୍ୟରେ ଏହି ଘଟଣାର ନିନ୍ଦା କରାଯାଉଛି l ଏ ସମ୍ବନ୍ଧୀୟ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେଲା ପରେ ଘଟଣା ସାମ୍ନାକୁ ଆସିଛି l
ଏନେଇ ଅଭିଯୋଗକାରୀ ଜଣକ ମଧ୍ୟ ଏକ ଟ୍ୱିଟ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗକୁ ଅବଗତ କରିଛନ୍ତି ।
Comments are closed.