Latest Odisha News

BREAKING NEWS

ଆସନ୍ତୁ ଜାଣିବା କେଉଁ ପୁସ୍ତକକୁ ଆଜି ପର୍ଯ୍ୟନ୍ତ କେହି ସମ୍ପୂର୍ଣ୍ଣ ଭାବେ ପଢ଼ି ପାରି ନାହାନ୍ତି

ନୂଆଦିଲ୍ଲୀ: ଏପ୍ରିଲ ୨୩ ପୁସ୍ତକ ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ ଆସନ୍ତୁ ଜାଣିବା କେଉଁ ପୁସ୍ତକକୁ କେହି ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ପଢ଼ି ପାରି ନାହାନ୍ତି । ଏହି ରହସ୍ୟମୟ ପୁସ୍ତକ ୬୦୦ ବର୍ଷ ପୁରୁଣା ଅଟେ । କାର୍ବନ ଡେଟିଂ ଅନୁସାରେ ୧୫ଶ ଶତାବ୍ଦୀରେ ଏହା ଲେଖା ଯାଇଥିଲା । ହାତରେ ଲେଖା ଯାଇଥିବା ଏହି ପୁସ୍ତକରେ କଣ ଲିଖିତ ଅଛି ଏବଂ କେଉଁ ଭାଷାରେ ରଚିତ ତାହା ଆଜି ପର୍ଯ୍ୟନ୍ତ ଜଣା ପଡୁ ନାହିଁ ।

ଏହାର ନାମ ଐତିହାସକାରମାନେ ବାୟୋନିକ ମନୁସ୍କ୍ରିପ୍ଟ ରଖିଛନ୍ତି । ପୁସ୍ତକରେ ମନୁଷ୍ୟଠାରୁ ଆରମ୍ଭ କରି ଗଛ ଲତାର ଚିତ୍ର ରହିଛି । ତେବେ ଏଥିରେ ଗଛ ଲତା ବର୍ତମାନ ସମୟରେ କାହା ସହିତ ମେଳ ଖାଉନି । ୧୯୧୨ରେ ବୁକ ଡିଲର ୱିଲଫ୍ରିଡ ବାୟୋନିକ୍ କିଣିଥିଲେ । ସମୟ ସହିତ ଏହାର କେତେକ ପୃଷ୍ଠା ନଷ୍ଟ ହୋଇଯାଇଛି । ୨୪୦ ପୃଷ୍ଠା ବାକିଥିବା ଏହି ବହିରେ ଲ୍ୟାଟିନ ଓ ଜର୍ମାନୀର ମିଳିତ ଭାଷାରେ ଲେଖା ଯାଇଛି । ଯେଉଁ ଦିନ ଏହି ବହି ସମ୍ପୂର୍ଣ୍ଣ ଭାବେ ପଢ଼ା ଯାଇ ପାରିବ ଏହା ଭିତରେ କଣ ଲେଖା ତାର ରହସ୍ୟ ପର୍ଦ୍ଦାଫାସ ହେବ ।

Leave A Reply

Your email address will not be published.