ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ରେ ଏକ କୋଭିଡ19 ଫାକ୍ଟ ଚେକ ୟୁନିଟ ଗଠନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।
ଏହି ୟୁନିଟ ଆଜିଠାରୁ କାର୍ଯ୍ୟକ୍ଷମ ହେବ । କୋଭିଡ19 ସମ୍ପର୍କିତ କେନ୍ଦ୍ର ସରକାରଙ୍କ ସହ ଜଡିତ କୌଣସି ଖବର ବା ତଥ୍ୟ ଯଦି ମିଥ୍ୟା ବା ଗୁଜବ ଲାଗେ , ତେବେ pibfactcheck@gmail.com ରେ ଇମେଲ ମାଧ୍ୟମରେ ଯୋଗାଯୋଗ କରାଯାଇପାରିବ ।
#WATCH Prime Minister Narendra Modi’s message at video conference with Chief Ministers on #COVID19 situation in the country. (Source: PMO) pic.twitter.com/H7ZU80tM1w
— ANI (@ANI) April 2, 2020
ଏକ ଧାର୍ଯ୍ୟ ସମୟ ମଧ୍ୟରେ ୟୁନିଟ ଆପଣଙ୍କୁ ସଠିକ ତଥ୍ୟ ପ୍ରଦାନ କରିବ । ପିଆଇବିର ମହାନିର୍ଦ୍ଦେଶକ ଶ୍ରୀ ନିତିନ ୱାକାଙ୍କର ଏହି ୟୁନିଟର ମୁଖ୍ୟ ଭାବେ କାର୍ଯ୍ୟ କରିବେ ।
Comments are closed.