Latest Odisha News

୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତି ବେଞ୍ଚରେ ବସିବେ ଦୁଇ ଜଣ ପିଲା

ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା ଲାଗି ସରକାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଶିକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି।

ବିଦ୍ୟାଳୟରେ ସୁରକ୍ଷା ଏବଂ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ଯେପରି ପିଲାମାନେ ପାଠପଢ଼ିବେ ସେଥିଲାଗି ମଧ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ପିଲାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଲାଗି ଅନେକ ଯୋଜନା କାର୍ଯ୍ୟକାରୀ କରିବା ଲାଗି ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ୍ ।

ତେବେ  ରାଜ୍ୟର ସରକାରୀ ସ୍କୁଲଗୁଡିକରେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଲାଗି ଶିକ୍ଷାଦାନ ବ୍ୟବସ୍ଥାରେ ସ୍ୱତନ୍ତ୍ର ପରିବର୍ତ୍ତନ କରାଯିବ ।  ଯେଉଁଥିରେ ପ୍ରତ୍ୟେକ ସ୍କୁଲରେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତି ଶ୍ରେଣୀରେ ସର୍ବାଧିକ ୩୫ଜଣ ଲେଖାଏଁ ଛାତ୍ରଛାତ୍ରୀ ରହିବେ । ଏହା ବ୍ୟତୀତ ପ୍ରତି ବେଞ୍ଚରେ ୨ଜଣ ଲେଖାଏଁ ପିଲା ବସିବା ସହ ସବୁ ବେଞ୍ଚକୁ ଦୈନିକ ୩ଥର ସାନିଟାଇଜର କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଏହା ଛଡ଼ା ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଅଧିକ ଯତ୍ନ ନିଆଯିବ । ଏହି ଶ୍ରେଣୀର ପିଲାମାନେ ଯେପରି ମାସ୍କ ପିନ୍ଧିବେ, ହାତ ସଫା ରଖିବେ, ମୁହଁ, ଆଖି, ନାକରେ ବେଶି ହାତ ଲଗାଇବେ ନାହିଁ ସେ ଦିଗରେ ପ୍ରଧାନଶିକ୍ଷକ ଏବଂ ଶ୍ରେଣୀ ଶିକ୍ଷକ ନଜର ରଖିବେ ବୋଲି କୁହାଯାଇଛି ।

Comments are closed.