Latest Odisha News

ଫେବ୍ରୁଆରୀରେ ଆସିପାରେ କରୋନା ଟିକା

ଭୁବନେଶ୍ୱର: ଆସନ୍ତା ୨୦୨୧ ଫେବ୍ରୁଆରୀ ସୁଦ୍ଧା ଆସିପାରେ କୋଭିଡ-୧୯ ଟିକା । ଆନିମଲ ଉପରେ ଭ୍ୟାକସିନ ଟ୍ରାଏଲ ସଫଳତା ହେବା ପରେ ୩୧୫ ଜଣ ମଣିଷ ଉପରେ ଟ୍ରାଏଲ କରାଯାଉଛି । ଏବେ ଫାଷ୍ଟ ଟ୍ରାଏଲ ଚାଲିଛି । ସଫଳତା ପରେ ସେକେଣ୍ଡେ ଟ୍ରାଏଲ ହେବ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ।

ଏବେ ଦେଶରେ ଆଇଏଲ୍‌ଏସ୍ ସହ ୬ଟି ସଂସ୍ଥାକୁ ଆଂଟିଭାଇରସ ଟେଷ୍ଟ ପାଇଁ କୁହାଯାଇଛି । ଅଗଷ୍ଟରୁ ଏହି ଟେଷ୍ଟ ଆରମ୍ଭ ହେବ । ଯଦି ସଫଳତା ମିଳେ ତେବେ ଡିସେମ୍ବର, ଜାନୁଆରୀ, ଫେବୁଆର ବେଳକୁ ଭ୍ୟାକସିନ ଆସିବ ।  ସାରା ଭାରତ ବର୍ଷରେ ହଜାରେ ଜିନୋମର  ଅନୂଧ୍ୟାନ କରାଯାଉଛି ।   ଓଡିଶାରେ ୨୨୫ଟିର କରାଯାଇଛି ।

ତେବେ ବି ଓଡିଶାରେ କେଉଁ ଭାଇରସ ଅଛି ତାହା ବି ଅନୁଧ୍ୟାନ ଶେଷ ହୋଇଛି ।  କେନ୍ଦ୍ର ସରକାର ଖୁବ ଶୀଘ୍ର ତାକୁ ଘୋଷଣା କରିବେ । ପ୍ଲାଜମା ଥେରାପି ସଫଳ ହୋଇଛି । ଅଧିକ ଡୋନର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ।

Comments are closed.