Latest Odisha News

୨୫୦ ଟଙ୍କାରେ କରୋନା ଟିକା

ନୂଆଦିଲ୍ଲୀ : ଆସନ୍ତା ସୋମବାରରୁ ସାରା ଦେଶରେ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ତୃତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଏଥିସହ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବି ଟିକା ନେବେ । ଯେଉଁମାନେ ବହୁବିଧ ରୋଗରେ ଆକ୍ରାନ୍ତ ଥିବେ । ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଥିବା ଏହି ଟିକାକରଣରେ ସରକାର ଘରୋଇ ହସ୍ପିଟାଲକୁ ଟିକାକରଣ ପାଇଁ ଅନୁମତି ଦେଇଛନ୍ତି । ୧୦ ହଜାର ସରକାରୀ କେନ୍ଦ୍ରରେ ଟିକା ଦିଆଯିବ ବୋଲି ସ୍ଥିର ହୋଇଥିବା ବେଳେ ୨୦ ହଜାର ଘରୋଇ ଟିକା କେନ୍ଦ୍ର ଠିକ୍ ହୋଇଥିବା ଜଣାପଡ଼ିଛି।

ଏଏନଆଇର ରିପୋର୍ଟ ଅନୁଯାୟୀ, ଘରୋଇ ଟିକା କେନ୍ଦ୍ରରେ ଟିକା ନେଲେ ଗୋଟିଏ ଡୋଜର ଦାମ ୨୫୦ ଟଙ୍କା ଦେବାକୁ ପଡ଼ିବ । ଏହାଛଡ଼ା ଟିକା ସେବା ପାଇଁ ଅତିରିକ୍ତ ୧୦୦ ଟଙ୍କା ଦେୟ ଦେବାକୁ ପଡ଼ିବ । ଅନ୍ରପଟେ ସରକାରୀ ହସପିଟାଲରେ ମାଗଣାରେ ଟିକା ଦିଆଯିବ ବୋଲି କୁହାଯାଇଛି ।

Comments are closed.