Latest Odisha News

BREAKING NEWS

ମାର୍ଚ୍ଚ ୩୧ ଯାଏ ବିଦେଶକୁ ଉଡ଼ିବନି ବିମାନ

ନୂଆଦିଲ୍ଲୀ : ମାର୍ଚ୍ଚ ୩୧ ତାରିଖ ଯାଏଁ ବଢ଼ିଲା କରୋନା ପାଇଁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥିବା କଟକଣା । ଏହାର ଅର୍ଥ ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏ ଭାରତରୁ କୌଣସି ଅନ୍ତର୍ଜାତୀୟ ବିମାନ ସେବା ଉପଲବ୍ଧ ହେବନାହିଁ । ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିଛି ଡିଜିସିଏ । କରୋନା ପାଇଁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥିବା କଟକଣାକୁ ବୃଦ୍ଧି କରାଯାଇଛି ବୋଲି ବିଜ୍ଞପ୍ତିରେ କୁହାଯାଇଛି । ତେବେ ଅନ୍ତର୍ଜାତୀୟ ମାଲ ପରିବହନ ବିମାନ ଉପରେ ଏହି କଟକଣା ଲାଗୁ ହେବନାହିଁ ।

ସେହିପରି ସ୍ବତନ୍ତ୍ର ଅନୁମତି ପ୍ରାପ୍ତ ବିମାନ ଗୁଡ଼ିକ ବିଦେଶକୁ ଯାତ୍ରା କରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି । କିଛି ନିର୍ଦ୍ଦିଷ୍ଟ ରୁଟ୍‌ରେ ସ୍ଥାନୀୟ ପ୍ରଶାସନର ଅନୁମତି କ୍ରମେ ବିମାନ ଚଳାଚଳ କରିପାରିବ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି । କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଗତବର୍ଷ ମାର୍ଚ୍ଚ ମାସ ଠାରୁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲାଗିଥିଲା । ପର୍ଯ୍ୟାକ୍ରମେ ଭାରତ ସରକାର ଘରୋଇ ବିମାନ ସେବାକୁ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଇଥିଲେ ମଧ୍ୟ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଛି ।

ଏବେ ପୁଣି ଏହି କଟକଣାକୁ ୩୧ ମାର୍ଚ୍ଚ ଯାଏ ବଢ଼ାଯାଇଛି । ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିବା ବେଳେ, ଘରୋଇ ବିମାନ ସେବା ପୂର୍ବଭଳି ଚାଲୁ ରହିବ ବୋଲି କୁହାଯାଇଛି ।

Leave A Reply

Your email address will not be published.