ନୂଆଦିଲ୍ଲୀ: କରୋନା ଭାଇରସ ନେଇ ସାରା ବିଶ୍ୱରେ ହଇଚଇ ପଡିଥିବା ବେଳେ ଏବେ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି । ରିପୋର୍ଟ ମୁତାବକ କରୋନା ଭାଇରସରେ ଏବେ କେତେକ ଜୀବଜନ୍ତୁ ଆକ୍ରାନ୍ତ ହେବାରେ ଲାଗିଲେଣି ।
ଚୀନରେ ୧୨/୧୪ଟି ବିଲେଇ ମରିବା ପରେ ଏହି ଚିନ୍ତା ଏବେ ସମସ୍ତଙ୍କୁ ଘାରିଛି । ସବୁଠାରୁ ଦୁଃଖ କଥା ଏହାର ଭୟରେ କେତେକ ମାଲିକ ସେମାନଙ୍କ ଘରୁ ପୋଷା ଜୀବ ଜନ୍ତୁଙ୍କୁ ବାହାର କରି ଦେଉଛନ୍ତି ।
ଆପାର୍ଟମେଂଟରେ ରହୁଥିବା ଲୋକେ ଉପରୁ ପୋଷା ବିଲେଇ ଓ କୁକୁରଙ୍କୁ ତଳକୁ ଫିଙ୍ଗି ଦେଉଛନ୍ତି । କେତେକ ୱେବସାଇଟରେ ଏ ନେଇ ରିପୋର୍ଟ ପ୍ରକାଶ ପାଇଛି । ତେବେ ଚୀନ ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ ।
Comments are closed.