Latest Odisha News

BREAKING NEWS

କରୋନାର ପ୍ରଭାବ: ହୋଲି ମିଳନ ପର୍ବରେ ସାମିଲ ହେବେନି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ଅନେକ ମାମଲା ସାମନାକୁ ଆସିଲାଣି । ଯାହାପରେ ଏବେ ସାରା ଦେଶରେ ସତର୍କତା ଜାରି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହାକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି କି, ସେ ଚଳିତ ବର୍ଷ ହୋଲି ମିଳନ ପର୍ବରେ ସାମିଲ ହେବେନି । ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ପ୍ରଧାନମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।

ସେ ଟ୍ୱିଟରରେ ଲେଖିଛନ୍ତି, “ସାରା ବିଶ୍ୱର ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଭିଡ ସ୍ଥାନକୁ ଯିବାକୁ ମନା କରୁଛନ୍ତି । କରୋନା ଭାଇରସ ନବ୍ୟାପିବା ପାଇଁ ଏକତ୍ର ହେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି । ସେହି ଅବସରରେ ଚଳିତ ବର୍ଷ କୌଣସି ବି ହୋଲି ମିଳନ ପର୍ବରେ ମୁଁ ଯୋଗ ଦେବିନିି ।”

Leave A Reply

Your email address will not be published.