Latest Odisha News

BREAKING NEWS

କରୋନା ଭାଇରସ: ଶସ୍ତା ବ୍ଲୁଟୁଥ ସ୍ପିକର, ଟେଡି ବିୟର ହେଲା ମହଙ୍ଗା !

ନୂଆଦିଲ୍ଲୀ: ସ୍ମାର୍ଟୱାଚ, ବ୍ଲୁଟୁଥ ସ୍ପିକର, ଟେଡି ବିୟର ଭଳି ଶସ୍ତା ଚୀନ ସାମଗ୍ରୀ କିଣିବା ପଡିପାରେ ମହଙ୍ଗା । କରୋନା ଭାଇରସ କାରଣରୁ ଚୀନର ଅନେକ କାରଖାନା ଗୁଡିକ ବନ୍ଦ କରି ଦିଆଯାଇଛି । ଯଦ୍ୱାରା ଭାରତ, ଚୀନରୁ ଆମଦାନୀ କରୁଥିବା ସାମଗ୍ରୀ ଉପରେ ପ୍ରଭାବ ପଡିଛି । ଚୀନ ସମାଗ୍ରୀର ଦାମ ବଢ଼ିବା ସହିତ ବ୍ୟବସାୟ ଉପରେ ମଧ୍ୟ ପ୍ରଭାବ ଦେଖାଦେଇଛି ।

ଦିଲ୍ଲୀ ମାର୍କେଟରେ ଚୀନ ସମାଗ୍ରୀର କୌଣସି ଅଭାବ ନାହିଁ । ଚାଇନିଜ ସାମଗ୍ରୀ ଶସ୍ତା ରହୁଥିବାରୁ ଗ୍ରାହକ ମଧ୍ୟ କିଣିବାକୁ ଆଗ୍ରହୀ । କିନ୍ତୁ ଶସ୍ତା ଚୀନ ସାମଗ୍ରୀ ଏବେ ଧିରେ ଧିରେ ମହଙ୍ଗା ହେବାକୁ ଯାଉଛି । ୩୩୦ ଟଙ୍କିଆ ଘଡିର ଦାମ ବଢ଼ି ୩୯୦ ଟଙ୍କା ହୋଇଗଲାଣି । ପାଖାପାଖି ସବୁ ମୋବାଇଲ, ଘଡି, ଇଲେକ୍ଟ୍ରୋନିକ୍ସ ଜିନିଷ ସହିତ ଖେଳନା ଗୁଡିକର ଦାମରେ ବୃଦ୍ଧି ଘଟିଛି । ଦୋକାନୀଙ୍କ କହିବାନୁସାରେ, ଆସନ୍ତା ଦିନରେ ଚୀନରୁ ସାମଗ୍ରୀ ଆସିବା ବନ୍ଦ ହୋଇଗଲେ, ଜିନିଷର ଦାମ୍ ଆହୁରି ବଢ଼ିବ ।

Leave A Reply

Your email address will not be published.