Latest Odisha News

BREAKING NEWS

ପାକିସ୍ତାନର ଆଉ ୭ କ୍ରିକେଟ ଖେଳାଳି କରୋନା ପଜିଟିଭ

ଲାହୋର: ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ପାକିସ୍ତାନ କ୍ରିକେଟ ଟିମର ଆଉ ୭ଜଣ କରୋନା ପଜିଟିଭ ଥିବା ଜଣାପଡିଛି । ୨୪ ଘଂଟା ମଧ୍ୟରେ ୧୦ ଖେଳାଳି କରୋନା ସଂକ୍ରିମିତ ହେବା ପରେ ଏହି ଗସ୍ତକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ମଙ୍ଗଳବାର ସଂକ୍ରମିତ ହୋଇଥିବା ଖେଳାଳିମାନେ ହେଲେ ଫଖର ଖାଁ, ଇମ୍ରାନ ଖାଁ, କାଶିଫ ଭଟ୍ଟୀ, ମହମ୍ମଦ ହାଫିଜ, ମହମ୍ମଦ ହସନେନ, ମହମ୍ମଦ ରିଜୱାନ, ୱହାବ ରିୟାଜ ।

ଚଳିତ ମାସ ଶେଷ ଭାଗରେ ପାକିସ୍ତାନ ଇଂଲଣ୍ଡ ଗସ୍ତରେ ଯିବ । ୨୪ଜୁନ ସୁଦ୍ଧା ସମସ୍ତ ଖେଳାଳି ଲାହୋରରୁ ମାଂଚେଷ୍ଟର ଅଭିମୁଖେ ଯାତ୍ରା କରିଥାନ୍ତେ ।

Leave A Reply

Your email address will not be published.